କଟକ: କଟକ ବଡ଼ ଡାକ୍ତରଖାନା ସର୍ଜରି ବିଭାଗରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ସ୍କିଲ୍ ଲାବ୍। ଏହି ଲାବ୍କୁ ଏସ୍ସିବି ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଅତ୍ୟାଧୁନିକ ଲାପ୍ରୋସ୍କୋପିକ୍ ତାଲିମ୍ ସହ କିପରି ସର୍ଜରି କରାଯିବା ସମୟରେ ସିଲେଇ ପକାଯିବ, ଲାପ୍ରୋସ୍କୋପିକ୍ ସର୍ଜରି ପୂର୍ବରୁ କିପରି ସର୍ଜରି କରାଯିବ ସେ ସଂପର୍କରେ ପୂର୍ବ ଅଭ୍ୟାସ ବା ଏଣ୍ଡୋଟ୍ରେନର୍ ତାଲିମ୍ ନେବା ସହ ବିଭିନ୍ନ ଦକ୍ଷତା ବିକାଶ ଉପରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯିବ। ଏସ୍ସିବିରେ ଏଭଳି ଅତ୍ୟାଧୁନିକ ସ୍କିଲ୍ ଲାବ୍ ପିଜି ଡାକ୍ତର, ରେସିଡେଣ୍ଟ ଡାକ୍ତରଙ୍କ ପାଇଁ ଲାପ୍ରୋସ୍କୋପିକ୍ ସର୍ଜରି ଶିକ୍ଷାଦାନରେ ବିଶେଷ ସହାୟକ ହୋଇପାରିବ ବୋଲି ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ପ୍ରଫେସର ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।
ଏସ୍ସିବିରେ ଉଦ୍ଘାଟିତ ହେଲା ସ୍କିଲ୍ ଲାବ୍, ଅତ୍ୟାଧୁନିକ ଲାପ୍ରୋସ୍କୋପିକ୍ ସର୍ଜରି ତାଲିମ ଦିଆଯିବ
/sambad/media/post_attachments/wp-content/uploads/2020/07/dgjdg7j98d7j98dg7j98dgj7dg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)