ଓଡ଼ିଶାର କୃଷି ଉତ୍ପାଦନ କ୍ଲଷ୍ଟରକୁ ସ୍କଚ୍ ଗଭର୍ଣ୍ଣାନ୍ସ ସ୍ୱର୍ଣ୍ଣ ପଦକ ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଅଧୀନରେ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ଓ ଏହାର କାର୍ଯ୍ୟକାରିତାରେ ଉତ୍କର୍ଷ ନିମନ୍ତେ ୨୦୧୯ ବର୍ଷ ପାଇଁ ସ୍କଚ୍ ସ୍ୱର୍ଣ୍ଣ ପଦକ ପାଇଛି। ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟରକୁ ଏହାର ଅଭିନବ ପରିକଳ୍ପନା ଯୋଗୁଁ ଏହି ପୁରସ୍କାର ପ୍ରଦାନ କରାଯାଇଛିା

ନୂଆଦିଲ୍ଲୀସ୍ଥିତ ମଭଲଙ୍କର ହଲ୍ଠାରେ ୬୧ତମ ସ୍କଚ୍ ଆଓ୍ୱାର୍ଡ ସମାରୋହରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥରର ପୁରସ୍କାର ଉତ୍ତମ ପ୍ରଶାସନ ନିମନ୍ତେ ପ୍ରଦାନ କରାଯାଇଥିଲା। ଓଡ଼ିଶାର ଜନଜାତି ଅଧ୍ୟୁଷିତ ଅଞ୍ଚଳରେ କୃଷି ଉତ୍ପାଦନ କ୍ଳଷ୍ଟରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏହି ସମ୍ମାନଜନକ ପୁରସ୍କାର ପାଇଁ ବିବେଚିତ ହୋଇଥିଲା। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲ।

ସୂଚନାଯୋଗ୍ୟ ଯେ ୨୦୧୮ ମସିହା ନଭେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲୋ ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ୱ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଫଳରେ ଓଡ଼ିଶା ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାରେ ସଫଳ ହୋଇଛି। ଜନଜାତି ବହୁଳ ଅଞ୍ଚଳଗୁଡ଼ିକରେ ଚାଷୀ ତଥା ମହିଳାମାନଙ୍କ ଆୟ ବୃଦ୍ଧି ଓ ଜୀବିକା ନିର୍ବାହ ନିମନ୍ତେ ଓଡ଼ିଶାର ୧୨ଟି ଜନଜାତିବହୁଳ ଜିଲ୍ଲାର ୪୦ଟି ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପରେ ଏକ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ଚାଷୀ ଉପକୃତ ହେବ। ଏହି ପ୍ରକଳ୍ପର ଅବଧି ୪ ବର୍ଷ ରହିଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଭାରତ ରୁରାଲ୍ ଲାଇଭଲିହୁଡ୍ ଫାଉଣ୍ଡେସନ୍ (ବିଆର୍‌ଏଲ୍‌ଏଫ୍‌) ଏକ “ପ୍ରଦାନ’ ସଂସ୍ଥା ଏବଂ ୧୭ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ଭାଗୀଦାରୀରେ ଏହା କାର୍ଯ୍ୟକାରୀ କରାଯାଉଛି।

ଏହି ପ୍ରକଳ୍ପରେ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ପ୍ରାଣୀ ସଂପଦ ବିକାଶ ବିଭାଗ, ଓଡ଼ିଶା ଲାଇଭିଲିହୁଡ୍ ମିଶନ, ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ (ଓଏଲ୍ଆଇସି), ଓଡ଼ିଶା ଆର୍ଗୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ୍ (ଓଏଆଇସି), ଆପିକଲ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗକୁ ସାମିଲ କରାଯାଇ କୃଷକମାନଙ୍କ ଜୀବିକା ନିର୍ବାହ ନିମନ୍ତେ ଭିତ୍ତିଭୂମିର ବିକାଶ କରାଯାଉଛି। ଏଥି ସହିତ କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ଜଳ, ବିହନ, ସାର, କୃଷି ଯନ୍ତ୍ରପାତି ଇତ୍ୟାଦି ସାମୂହିକ ଭାବେ କ୍ଲଷ୍ଟର ଅନ୍ତର୍ଭୁକ୍ତ ଚାଷୀଙ୍କ ନିକଟରେ ସହଜରେ ପହଞ୍ଚୁଥିବା ଯୋଗୁଁ ଉତ୍ପାଦନ ବୃଦ୍ଧି ପାଉଛି। ସର୍ବୋପରି କ୍ଲଷ୍ଟର ମାଧ୍ୟମରେ ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ଓ ଉଚିତ ମୂଲ୍ୟରେ ବିିକ୍ରି ହୋଇପାରୁଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କର ଆୟରେ ବୃଦ୍ଧି ଘଟିଛି।

ଚଳିତ ବର୍ଷ ସ୍କଚ୍ ଆଓ୍ୱାର୍ଡ ନିମନ୍ତେ ସମଗ୍ର ଦେଶରୁ ୧୦୦୦ଟି ପ୍ରକଳ୍ପ ଆବେଦନ କରିଥିଲେ ଏବଂ ତନ୍ମଧ୍ୟରୁ ୬୦୦ଟି ପ୍ରକଳ୍ପକୁ ଉପସ୍ଥାପନ ନିମନ୍ତେ ଡକାଯାଇଥିଲାା ସେଥି ମଧ୍ୟରୁ ୨୦୦ଟି ପ୍ରକଳ୍ପ ସ୍କଚ୍ ଅର୍ଡର ଅଫ୍ ମେରିଟ୍ ଆଓ୍ୱାର୍ଡର ସେମିଫାଇନାଲକୁ ଉନ୍ନିତ ହୋଇଥିଲ। ସର୍ବଶେଷରେ ଓଡ଼ିଶାର କୃଷି ଉତ୍ପାଦନ କ୍ଲଷ୍ଟରକୁ ସ୍କଚ୍ ଗର୍ଭର୍ଣ୍ଣାନ୍ସ ଆଓ୍ୱାର୍ଡ ୨୦୧୯ରେ ସ୍ୱର୍ଣ୍ଣ ପଦକ ମିଳିଛି। ଉତ୍ସବରେ ଏକ ପ୍ରଦର୍ଶନୀ ମାଧ୍ୟମରେ ଉକ୍ତ ପ୍ରକଳ୍ପର ସଫଳ ଉପସ୍ଥାପନାକୁ ସ୍କଚ୍‌ର ସଭାପତି ଶ୍ରୀ ସମୀର କୋଚର ଭୂୟସୀ ପ୍ରଶଂସା କରିଥିଲ।

ସଂପୃକ୍ତ ବିଭାଗ ଓ ବହୁ ଅଂଶୀଦାରତା ଭିତ୍ତିରେ ଜନଜାତିବହୁଳ ଅଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ଚାଷୀମାନଙ୍କର ଉନ୍ନତି ନିମନ୍ତେ ଏହି ପୁରସ୍କାର ଉଦ୍ଦିଷ୍ଟ ଏବଂ ଏହି ସ୍ୱୀକୃତି ସମସ୍ତ ଅଂଶୀଦାରମାନଙ୍କୁ ପ୍ରକଳ୍ପର ସଫଳ ରୂପାୟନ ଓ କୃଷକମାନଙ୍କ ସଶକ୍ତିକରଣ ଦିଗରେ ପ୍ରୋତ୍ସାହିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର