ପୁରୀ: ବିଳମ୍ବରେ ହେଲେ ବି ପୁରୀ ପୁଲିସ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ପୁଲିସ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିଛି। ଏହା ଦ୍ବାରା ଶ୍ରୀମନ୍ଦିର ଆକାଶରେ କୌଣସି ପ୍ରକାରର ଉଡ଼ାଣକୁ ଅନୁମତି ମିଳିପାରିବ ନାହିଁ। ଏଥି ସହିତ ମନ୍ଦିର ଭିତରେ ମୋବାଇଲ ଫୋନ୍ ଦ୍ୱାରା ଫଟୋ ଉତ୍ତୋଳନକୁ ସଂପୂର୍ଣ୍ଣ ରୂପେ ବାରଣ କରିଛି।
ଏଣିକି ଶ୍ରୀମନ୍ଦିର ଉପରେ ପୁରୀ ପୁଲିସ ସ୍ୱତନ୍ତ୍ର ନଜର ରଖିବ। ପ୍ରାଥମିକ ଭାବେ ଏ ନେଇ ପୁଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ। ପୁଲିସର ଏପରି ପଦକ୍ଷେପକୁ ଭକ୍ତ, ସେବାୟତ, ବୁଦ୍ଧିଜୀବୀମାନେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।
/sambad/media/post_attachments/wp-content/uploads/2024/02/GGRMVs6XIAAup79-e1707911893477.jpeg)
ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ମନ୍ଦିରର ଭିଡିଓ ସାମାଜିକ ଗଣମାଧ୍ୟମରେ ଅନେକ ଥର ଭାଇରାଲ ହୋଇଛି। ଡ୍ରୋନ୍ ମାଧ୍ୟମରେ ପୁରୀ ମନ୍ଦିରର ଭିଡିଓଗ୍ରାଫି କରି ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଛି, ଯାହାକି ପରବର୍ତ୍ତୀ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jagannath-temple-the-financial-express.jpg)