ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର

ଅନୁଧ୍ୟାନ କଲେ ଜିପ୍‌ମାର୍‌ ଡାକ୍ତରୀଦଳ

ଭୁବନେଶ୍ବର : ଶ୍ରୀଅରବିନ୍ଦ ଆଶ୍ରମ ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ଲେଖକ ପଦ୍ମବିଭୂଷଣ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା‌ରେ ସାମାନ୍ୟ ସୁଧାର ଆସିଛି। ଆଜି ପୁଡୁଚେରିସ୍ଥିତ ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ହେଲଥ୍‌ ଆଣ୍ଡ ରିସର୍ଚ୍ଚ (ଜିପମାର୍‌)ର ୪ ଜଣିଆ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ଶ୍ରୀ ଦାସଙ୍କୁ ଦିଆଯାଉଥିବା ଚିକିତ୍ସା ବ୍ୟବସ୍ଥା‌ରେ ଡାକ୍ତରୀଦଳ ସନ୍ତୋଷ ବ୍ୟକ୍ତ କରିବା ସହ ଆଉ କିଛି ପରାମର୍ଶ ଦେଇଥିବା ଜଣାଯାଇଛି। ଗତକାଲି ଅପେକ୍ଷା ଶ୍ରୀ ଦାସଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆଜି ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସେ ଡାକ୍ତରମାନଙ୍କ ସହ ମଧ୍ୟ କଥା ହୋଇଥିବା ପୁଡୁଚେରିସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ଲେଖକ ଶ୍ରୀ ଦାସଙ୍କୁ ଚିକିତ୍ସା କରୁଥିବା ଶ୍ରୀଅରବିନ୍ଦ ଆଶ୍ରମ ଡାକ୍ତରଖାନାର ଡାକ୍ତର ଅଶୋକ ଦାସ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଆଜି ଜିପ୍‌ମାର୍‌ର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ଆମ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି।

ସୂଚନାଯୋଗ୍ୟ, ଲେଖକ ଶ୍ରୀ ଦାସଙ୍କ ଉନ୍ନତ ଚିକିତ୍ସା ଲାଗି ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସିଂହ ଜିପ୍‌ମାର୍‌ର ୪ଜଣିଆ ଡାକ୍ତରୀଦଳଙ୍କୁ ଚିକିତ୍ସା ଦାୟିତ୍ବ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର