ମଇଦଲପୁର ଜଙ୍ଗଲରେ ଯୁବକଙ୍କ ତଣ୍ଟିକାଟି ହତ୍ୟା

ନବରଙ୍ଗପୁର: ରବିବାର ସନ୍ଧ୍ୟାରେ ପାପଡ଼ାହାଣ୍ଡି ବ୍ଲକ୍‌ ମଇଦଲପୁର ଜଙ୍ଗଲ ମଧ୍ୟରେ ତଣ୍ଟି କଟାଯାଇ ହତ୍ୟା କରାଯାଇଥିବା ଜଣେ ଯୁବକଙ୍କ ଶବ ମିଳିଛି।

ମୃତ ଯୁବକ ହେଉଛନ୍ତି ପାପଡ଼ାହାଣ୍ଡି ଥାନା ଅଧୀନ ଝାଡ଼କୁସୁମୀ ଗାଁ’ର ଡମୁ ଭତରାଙ୍କ ୨୦ ବର୍ଷିୟ ପୁଅ ରମୁ ଭତରା।

ଗୁରୁବାର ଦିନ ଗୋଟାଏ ଲାଲ୍‌ ରଙ୍ଗର ମଟରସାଇକେଲ୍‌ରେ ଦୁଇ ଜଣ ଯୁବକ ଆସି ରମୁକୁ ଘରୁ ଡାକି ନେଇଥିଲେ। ସେ ଦିନ ସେ ଆଉ ଘରକୁ ଫେରି ନ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ତା’ର ସନ୍ଧାନ ନ ପାଇବାରୁ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲେ।

Ramu: File Photo

ପାପଡ଼ାହାଣ୍ଡିରୁ ପ୍ରାୟ ୧୫ କିଲୋମିଟର ଦୂର ମଇଦଲପୁର ଏବଂ ସେଠାରୁ ଆହୁରି ୩ କିଲୋମିଟର ଦୂର ଜାତୀୟ ରାଜପଥ ପାର୍ଶ୍ୱ ଜଙ୍ଗଲରେ ଜଣେ ଯୁବକଙ୍କ ତଣ୍ଟିକଟା ଯାଇଥିବା ଶବ ପଡ଼ିଥିବା କଥା ସେଠାକାର ଲୋକଙ୍କ ଠାରୁ ଶୁଣି ରମୁଙ୍କ ପରିବାର ଲୋକେ ଦେଖିବାକୁ ଯାଇଥିଲେ। ଏବଂ ସେ ଶବ ରମୁର ବୋଲି ସେମାନେ ଚିହ୍ନଟ କରିଥିଲେ। ଶବ ପାଖରେ କେତୋଟି ମଦ ବୋତଲ ମଧ୍ୟ ପଡ଼ିଥିଲା।

ଏ ବିଷୟରେ ଖବର ପାଇ ମଇଦଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.