ଅଳ୍ପ ବର୍ଷାରେ ଉବୁଟୁବୁ ହିଲ୍‌ ଟାଉନ ସାଇନଗର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ଦୁଆରସୁନୀ ପଞ୍ଚାୟତ ହିଲଟାଉନ ସାଇନଗର ଅଞ୍ଚଳରେ ଅଳ୍ପ ବର୍ଷାରେ ଲୋକେ ନାକେଦମ ହୋଇପଡ଼ିଛନ୍ତି। ସାଇନଗର ଓ ଗୋସାନୀମୁଣ୍ଡା ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ଜମି ରହିଛି। ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଡ୍ରେନ୍‌ ପୋତି ହୋଇଥିବା ଯୋଗୁଁ ଘରେ ପାଣି ପଶୁଛି।

ଅଞ୍ଚଳବାସୀ ଓ ସରପଞ୍ଚ କଳାହାଣ୍ଡି ତହସିଲଦାର ଓ ଭବାନୀପାଟଣା ସଦର ବିଡିଓଙ୍କୁ ଅବଗତ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନାହିଁ। ସାଇନଗର ଡ୍ରେନ୍‌କୁ ପ୍ଲଟିଂ କରି ସମ୍ପୂର୍ଣ୍ଣ ଭାବେ ପାଣି ଯିବା ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁଁ ବର୍ଷା ପାଣି ଗୋସିମୁଣ୍ଡା ୩ ଓ ୪ ନଂ କଲୋନିଠାରୁ ପାଣି ଜମି ରହିଛି। ଫଳରେ ଯିବା ଆସିବା ପାଇଁ ଲୋକେ ନାକେଦମ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର