ଚୀନ ଓ ଆମେରିକା ବାଣିଜ୍ୟ ବିବାଦ ଯୋଗୁଁ ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି : ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଶ୍ବ ମାନ୍ଦାବସ୍ଥା ଯୋଗୁଁ ଭାରତ ମଧ୍ୟ ପ୍ରଭାବିତ ହୋଇଛି । ଚୀନ ଓ   ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ଏହାର କାରଣ । ସାଉଦି ଆରବର ଏକ ତୈଳ କୂପରେ ଆକ୍ରମଣ ବି ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଅଫିସଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମାନ୍ଦାବସ୍ଥାକୁ ସୁଧାରିବାକୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି, ଆଗାମୀ ଦିନରେ ଏହାର ସୁଫଳ ମିଳିବ ।

ସରକାର କର୍ପୋରେଟ ଟିକସ ୨୨%କୁ ହ୍ରାସ କରାଯାଇଛି । ଅକ୍ଟୋବର ୧ରୁ ନୂଆ ଉତ୍ପାଦନ ଶିଳ୍ପ ସ୍ଥାପନ କଲେ ୧୫% ଟ୍ୟାକ୍ସ ଦେବାକୁ ପଡ଼ିବ । ହୋଟେଲ ଶିଳ୍ପ ଉପରେ ଜିଏସଟି ୧୮%ରୁ ୧୨%କୁ କମିଛି । ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ବୈଦ୍ୟୁତିକ ଯାନ ଉପରୁ ଜିଏସଟି ୧୨%ରୁ ୫%କୁ କମିଛି । ବିଦ୍ୟୁତ ଚାର୍ଜିଂ ଷ୍ଟେସନ ଉପରେ ଜିଏସଟି ୧୮%ରୁ ୫%କୁ କମିଛି । କ୍ଷୁଦ୍ର ବ୍ୟବସାୟୀଙ୍କୁ ପେନସନ ଯୋଜନାରେ ସାମିଲ କରାଯାଇଛି । କୃଷ ଉତ୍ପାଦର ଶୀତଳୀକରଣରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ପ୍ରସ୍ତାବ ରହିଛି । ବ୍ୟବସାୟୀ ସଂଗଠନ ଉପରେ ଟ୍ୟାକ୍ସକୁ ୧୦% କମ କରାଯାଇଛି । ୨୦ ହଜାର କୋଟିର ଗୃହ ଋଣ ଦେବାକୁ ବ୍ୟାଙ୍କକୁ କୁହାଯାଇଛି

ସମ୍ବନ୍ଧିତ ଖବର