ମହାନଦୀ ଅବବାହିକରେ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆସିପାରେ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଅଵବାହିକାରେ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଜଳ ସଂପଦ ବିଭାଗର, ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହୀରାକୁଦରେ ୨୮ଟି ଗେଟ ଖୋଲା ଅଛି। ଆମେ ୪ ଲକ୍ଷ ରୁ ଅଧିକ କ୍ୟୁସେକ୍ ଜଳ ଛାଡୁଛୁ।ଉପର ମୁଣ୍ଡରେ ଅଧିକ ପାଣି ପାଉଛ। ଏଣେ, ଛତିଶଗଡ଼ରେ ଅଧିକ ବର୍ଷା ହୋଇଛି। ଦେଢ଼ ଦିନ ପରେ ବା ୩୬ ଘଣ୍ଟାରେ ମୁଣ୍ଡୁଳିରେ ୭ ଲକ୍ଷ ଜଳ ପାଇବୁ। ହୀରାକୁଦକୁ ୪ ରୁ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ବନ୍ଦ କର୍ତ୍ତୃପକ୍ଷ ଛତିଶଗଡ଼ ସହ ଯୋଗାଯୋଗରେ ଅଛନ୍ତି।

ସେପଟେ ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି। ସୁବର୍ଣ୍ଣରେଖା ରାଜଘାଟଠାରେ ସତର୍କ ସଙ୍କେତ ଉପରେ ରହିଛି ଜଳସ୍ତର।

ସମ୍ବନ୍ଧିତ ଖବର