ଘରୋଇ କଳିରୁ ମହାଭାରତ, ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ମୁଣ୍ଡା ସାହିରେ ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଘରୋଇ କଳିରୁ ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର ଭାବେ ଆହତ ହୋଇଛି । ତୀରଟି ବଡ ଭାଇର ଛାତିରେ ଲାଗିଥିବାରୁ ତାଙ୍କ ଅବସ୍ଥା ଏବେ ସଂଙ୍କଟାପନ୍ନ ରହିଛି । ସୂଚନା ଅନୁସାରେ ଘଟଣା ଘଟିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର