ବାଲେଶ୍ବର: ଗୁରୁବାର ମଧ୍ୟାହ୍ନରେ ବାଲେଶ୍ବର ଚାନ୍ଦିପୁରସ୍ଥିତ ସମୁଦ୍ର ଉପକୂଳରୁ ସ୍ମାର୍ଟ ଆଣ୍ଟି ଏୟାରଫିଲଡ୍ ୱେପନ୍ ବୋମାର ସଫଳ ପରୀକ୍ଷଣ ହୋଇଛି। ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଦ୍ବାରା ନିର୍ମିତ ହ୍ବକ୍-ଏମ୍କେ୧୩୨ ଏୟାରକ୍ରାଫ୍ଟରୁ ଏହି ବୋମାକୁ ନିର୍ଦ୍ଧାରିତ ସ୍ଥାନକୁ ନିକ୍ଷେପ କରାଯାଇଥିଲା। ନିର୍ଦ୍ଧାରିତ ଦୂରତା ମଧ୍ୟରେ ଏହି ବୋମା ଲକ୍ଷ୍ୟଭେଦ କରିଥିବା ଜଣାପଡ଼ିଛି। ଏହି ବୋମାର ଓଜନ ୧୨୦ କିଲୋଗ୍ରାମ ରହିଥିବା ବେଳେ ଏହା ୧୦୦ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ୨୦୧୬ ମସିହାରେ ଏହି ସ୍ମାଟ୍ ବମ୍ର ପ୍ରଥମ ପରୀକ୍ଷଣ କରାଯାଇଥିଲା। ଡିଆରଡିଓ ପକ୍ଷରୁ ମାରକ କ୍ଷମତା ବୃଦ୍ଧି କରାଯିବା ପରେ ନିୟମିତ ବ୍ୟବଧାନରେ ଏହାର ବ୍ୟାବହାରିକ ପରୀକ୍ଷଣ କରାଯାଉଛି।
/sambad/media/post_attachments/wp-content/uploads/2021/01/0b5ab542-b0aa-488a-abfb-6a17459ad46c-300x225.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/cbdc2ecb-ebb9-4a01-8216-e5c51ffdbde0.jpg)