ସାବଧାନ ! ଘରେ ଲାଗିବ ସ୍ମାର୍ଟ ମିଟର, ବିଦ୍ୟୁତ ଚୋରି କରିବା ପଡିବ ମହଙ୍ଗା

ଭୁବନେଶ୍ୱର: ଖୁବଶୀଘ୍ର ସରକାର ଆଣିବେ ସ୍ମାର୍ଟମିଟର ବ୍ୟବସ୍ଥା । ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଏ ବାବଦରେ ସୂଚନା ଦେଇଛନ୍ତି | ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ସ୍ମାର୍ଟ ମିଟର ସଂସ୍କାର ଆଣିବ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ଏଥିରେ ପ୍ରିପେଡ଼୍ ଭାଉଚର ପାଇବାର ବ୍ୟବସ୍ଥା ରହିବ । ଭାଉଚର ସରିଗଲେ ପୁଣି ଥରେ ରିଚାର୍ଜ କରିହେବ । ପ୍ରଥମେ ରାଉରକେଲା ଓ ସମ୍ବଲପୁର ସହରରେ ଏହି ବ୍ୟବସ୍ଥା ଲାଗୁ ହେବ । ଯଦି ସଫଳ ହୁଏ ତେବେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସ୍ମାର୍ଟ ମିଟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି |

ସେହିପରି ସ୍ମାର୍ଟ ମିଟର ଲଗାଇବାକୁ ଉପଭୋକ୍ତାଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି | ସ୍ମାର୍ଟ ମିଟର ବ୍ୟବସ୍ଥା ଯୋଗୁଁ ବିଦ୍ୟୁତ ଚୋରି ଓ ଟାମ୍ପରିଂ ରୋକିହେବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ସମ୍ବଲପୁର ଓ ରାଉରକେଲାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯିବାକୁ ଥିବାବେଳେ ସମ୍ବଲପୁର୪ ହଜାର ୫୦୦ ପ୍ରିପେଡ ସ୍ମାର୍ଟ ମିଟର ଲଗାଯିବ | ଏଠାରେ ସୂଚନା ଥାଉ କି ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ସହ ବିଦ୍ୟୁତ୍‌ ଚୋରି ଓ ଟାମ୍ପରିଂ ରୋକିବାକୁ ଶକ୍ତି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି |

ସମ୍ବନ୍ଧିତ ଖବର