ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ବୃତ୍ତିଗତ ଓ ବୈଷୟିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ସ୍ମାର୍ଟ ଓଡ଼ିଶା ହାକାଥନ୍୍’ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ମେକ୍ ଇନ୍୍ ଓଡ଼ିଶା- ୨୦୧୮ ଅବସରରେ ଏହି ‘ସ୍ମାର୍ଟ ଓଡ଼ିଶା ହାକାଥନ୍୍’ର ଆୟୋଜନ କରାଯାଉଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟି ଆନୁକୂଲ୍ୟରେ ଏହି ହାକାଥନ୍୍ର ଆୟୋଜନ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜୀବନରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟ-ଅପ୍ ଦିଗକୁ ଆକର୍ଷିତ କରିବା, ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଓ ଔଦ୍ୟୋଗିକ ମନୋଭାବ ସୃଷ୍ଟି ପ୍ରଭୃତି। ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ, ପରିବେଶ, ଦକ୍ଷତା ବିକାଶ ଓ ଉଦ୍ୟୋଗ ପରିଚାଳନା, କୃଷି, ଶିଳ୍ପାୟନ ପ୍ରସଙ୍ଗଗୁଡ଼ିକ ଉପରେ ଏହି ସ୍ମାର୍ଟ ଓଡ଼ିଶା ହାକାଥନ୍୍ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୯୭ଟି ଇଂଜିନିିୟରିଂ କଲେଜ ଓ ୫୦ରୁ ଅଧିକ ଏମ୍.ବି.ଏ, ଏମ୍.ସି.ଏ. ଓ ଫାର୍ମାସି କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ୩୬ ଘଣ୍ଟା ଧରି ‘ସ୍ମାର୍ଟ ଓଡ଼ିଶା ହାକାଥନ୍୍’ ଅନୁଷ୍ଠିତ ହେବ। ଏହାର ସଫଳ ପ୍ରତିଯୋଗୀଙ୍କୁ ଉଚ୍ଚ ଅର୍ଥରାଶିର ପୁରସ୍କାର ପ୍ରଦାନ କରାଯିବା ସହିତ ସେମାନଙ୍କୁ ରାଜ୍ୟ ସରକାର ଓ ସ୍ଥାନୀୟ ଉଦ୍ୟୋଗମାନଙ୍କର ବିଭିନ୍ନ ପ୍ରକଳ୍ପ ବିକାଶ କରିବା ଦିଗରେ ସୁଯୋଗ ଦିଆଯିବା ସଙ୍ଗେ ସଙ୍ଗେ ପ୍ରୋତ୍ସାହନ ପ୍ରଦାନ କରାଯିବ। ଆଜି ଏ ନେଇ ନିୟୋଜନ ନିର୍ଦେଶାଳୟରେ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର ତଥା ବିପିୟୁଟି କୁଳପତି ଡି.ଭି. ସ୍ୱାମୀ, ବିଭାଗୀୟ ଯୁଗ୍ମ ସଚିବ ଅଜୟ ନାୟକ, ସୁଦର୍ଶନ ପଣ୍ଡା, ସିଇଟି, ସି.ଭି ରମଣ, ସିଲିକନ୍୍ କଲେଜର ଅଧ୍ୟକ୍ଷଙ୍କ ସହିତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
ପ୍ରଥମଥର ପାଇଁ ହେବ ସ୍ମାର୍ଟ ଓଡ଼ିଶା ହାକାଥନ୍
/sambad/media/post_attachments/wp-content/uploads/2018/08/images-3-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)