ଛୁଇଁଲା ମାତ୍ରେ ବିଶୋଧନ: ୭୨ଘଣ୍ଟାରେ ସ୍ମାର୍ଟ ସାନିଟାଇଜି˚ ଟନେଲ୍‌ ପ୍ରସ୍ତୁତ କଲେ କେନ୍ଦ୍ରାପଡ଼ାର ଯୁବକ

କେନ୍ଦ୍ରାପଡ଼ା: କରୋନା ସଂକଟର ମୁକାବିଲା ପାଇଁ କେନ୍ଦ୍ରାପଡ଼ାର ଜଣେ ଯୁବକ ଚମତ୍କାର ପ୍ରୟାସ କରିଛନ୍ତି। ମାତ୍ର ୭୨ଘଣ୍ଟା ଭିତରେ ସ˚ପୃକ୍ତ ଯୁବକ ଜଣକ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ସାନିଟାଇଜି˚ ଟନେଲ୍‌ (ଅତ୍ୟାଧୁନିକ ବିଶୋଧନ କକ୍ଷ)। ଏଭଳି ସଫଳ ପ୍ରୟାସ କରିଥିବା ସୌମ୍ୟର˚ଜନ ବେହୁରା (୩୦)ଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ୍‌ ଚୋକ୍ରଡ଼ା ପ˚ଚାୟତ ପଦାଲୋ ଗାଁରେ। ସାନିଟାଇଜି˚ ଟନେଲ୍‌ର ସବୁଠୁ ବଡ଼ ବିଶେଷତ୍ବ ହେଉଛି, ଏହା ସୌରଶକ୍ତି ଦ୍ବାରା ପରିଚାଳିତ। ଆସନ୍ତାକାଲି ସେ ଏହି ଅତ୍ୟାଧୁନିକ ସ୍ମାର୍ଟ ସାନିଟାଇଜି˚ ଟନେଲ୍‌କୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

କରୋନା ମୁକାବିଲା କ୍ଷେତ୍ରରେ ସାନିଟାଇଜେସନକୁ ଗୁରୁତ୍ବ ଦିଆଯାଉଥିବା ବେଳେ ତିନିଦିନ ତଳେ ରାଜ୍ୟର ପ୍ରଥମ ପୌରପାଳିକା ଭାବେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ପକ୍ଷରୁ ଏକ ସାନିଟାଇଜି˚ ଟନେଲ୍‌ ପୁରୁଣା ବସ୍‌ଷ୍ଟାଣ୍ଡରେ ସ୍ଥାପନ କରାଯାଇଥିଲା। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବସାଯାଇଥିବା ଏହି ଟନେଲ୍‌ରେ ବିଶୋଧିତ ହୋଇ ସାଧାରଣ ଲୋକ ଘରକୁ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ ସୌମ୍ୟର˚ଜନଙ୍କ ହାତ ତିଆରି ଏହି ପ୍ରକଳ୍ପ ମ୍ୟୁନିସିପାଲିଟି ସାନିଟାଇଜି˚ ଟନେଲ୍‌ଠାରୁ ଢେର ଆଧୁନିକ। ସ˚ପୂର୍ଣ୍ଣ ସୌର ଶକ୍ତିରେ ପରିଚାଳିତ ଏହି ଟନେଲ୍‌ ସେନସର‌୍‌ ଦ୍ବାରା ନିୟନ୍ତ୍ରିତ ହେବ। ଛୁଇଁଲା ମାତ୍ରେ ର˚ଗବେରଙ୍ଗର ଆଲୁଅ ଜଳିବା ସହ ଉପରୁ ଜୀବାଣୁ ମାରିବା ପାଇଁ କେମିକାଲଯୁକ୍ତ ପାଣି ସ୍ପ୍ରେ’ ହେବ। ଏଥିରେ ହାତ ଧୋଇବା ସୁବିଧା ରହିଥିବା ବେଳେ ବିଶୁଦ୍ଧ ପାଣି ବି ମିଳିବ। ମୋବାଇଲ୍‌ ଚାର୍ଜ ସହ ଵାଇଫାଇରେ ମାଗଣା ଡାଟା ସୁବିଧା ବି ଉପଲବ୍ଧ ରହିଛି। ତା’ ସହିତ ସିସି କ୍ୟାମେରାଖଞ୍ଜା ଯାଇଛି, ଯାହା ଭିତର ସମେତ ବାହାରର ଦୃଶ୍ୟ ରେକର୍ଡ କରିବ।

ଗୋଟିଏ ବିଶୋଧନ କକ୍ଷରେ ଏତେ ସବୁ ସୁବିଧା ଉପଲବ୍ଧ କରାଇଥିବା ସୌମ୍ୟର˚ଜନ କେନ୍ଦ୍ରାପଡ଼ା କଲେଜରୁ ଯୁକ୍ତ ଦୁଇ ପାସ୍‌ କରିବା ପରେ ଏକ ଘରୋଇ ସ˚ସ୍ଥାରେ ଆଇଟିଆଇ କରିଥିଲେ। ଏହାପରଠୁ ସେ ଏକ ଘରୋଇ କ˚ପାନିରେ ମେକାନିକ୍‌ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସ୍ମାର୍ଟ ସାନିଟାଇଜିଂ ଟନେଲ୍ ସ˚ପର୍କରେ ମତ ରଖି ସୌମ୍ୟର˚ଜନ କହିଛନ୍ତି ଯେ କରୋନା ବିରୋଧରେ ବିଜୟୀ ହେବା ପାଇଁ ସମସ୍ତେ ଲଢ଼ୁଛନ୍ତି ଏବ˚ ନିଜ ନିଜ ସ୍ତରରେ ସହଯୋଗ କରୁଛନ୍ତି। ସେ ଏ କ୍ଷେତ୍ରରେ ସରକାରଙ୍କୁ କିଭଳି ସହଯୋଗ ଦେଇ ପାରିବେ, ତାହା ଚିନ୍ତା କରିବା ପରେ ଏଭଳି ଏକ ପରିକଳ୍ପନା କରିଥିଲେ। ମାତ୍ର ତିନି ଦିନ ଭିତରେ ଏ ସ୍ମାର୍ଟ ସାନିଟାଇଜି˚ ଟନେଲ୍‌ ପ୍ରସ୍ତୁତ ହୋଇଛି। ଏଥିପାଇଁ ୪୦ରୁ ୪୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଅନେକ ବ୍ୟକ୍ତି ସରକାରଙ୍କୁ ଆର୍ଥିକ ସହଯୋଗ ଦେଉଛନ୍ତି। ତେଣୁ ସେ ଏହାକୁ ତାଙ୍କର ବ୍ୟକ୍ତିଗତ ସହାୟତା ଭାବେ ଆସନ୍ତାକାଲି ଜିଲ୍ଲାପାଳଙ୍କୁ ପ୍ରଦାନ କରିବି ବୋଲି ସୌମ୍ୟର˚ଜନ କହିଛନ୍ତି।

ସମ୍ବନ୍ଧିତ ଖବର