ଶ୍ମଶାନ ଯିବା ରାସ୍ତାକୁ କାନ୍ଥ ପକାଇ ଅବରୋଧ, ଜିଲ୍ଲାପାଳଙ୍କ ଦ୍ବରସ୍ଥ ହେଲେ ଗ୍ରାମବାସୀ

ରାୟଗଡା: ଜ଼ିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ ଗତବର୍ଷ ଅକ୍ଟୋବର ୧୦ ତାରିଖରେ କୋଲନୋରା ତହସିଲ ଅଧିନସ୍ଥ ଥେରୁବାଲି ରାଜସ୍ବ ନିରୀକ୍ଷକ ଅଧୀନରେ ଏଲଗାନୁପାଡୁ ମୌଜ଼ାବାସୀ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଜଣାଇଥିଲେ ଯେ ଏଲଗାନୁପାଡୁ ସାହି ଓ ଏହାର ଆଖ ପାଖ ଅଂଚଳ ବାସିନ୍ଦାମାନେ ପୂର୍ବପୁରଷରୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଦାହ ନିମନ୍ତେ ଶ୍ମଶାନକୁ ଯେଉଁ ରାସ୍ତା ଦେଇ ନେଉଥାନ୍ତି। ସେହି ରାସ୍ତାକୁ ନିଜର ରାସ୍ତା କହି ଦାଉଦ ବିଡ଼ିକା ନାମକ ବ୍ୟକ୍ତି ଜୋର ଜବରଦସ୍ତ କରି ରାସ୍ତା ବନ୍ଦ କରିଛି ବୋଲି ଅଭିଯୋଗ କରିଥିଲେଯ।

ସେତେବେଳେ ଜିଲ୍ଲାପାଳ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ତହସିଲଦାରଙ୍କ ପତ୍ର ସଂଖ୍ୟା ୧୫୩/୯.୧.୨୦୨୩ ଅନୁଯାୟୀ ରାଜସ୍ବ ନିରୀକ୍ଷକ ଥେରୁବାଲି ତଦନ୍ତତକି ତାଙ୍କରି ରିପୋର୍ଟ ପ୍ରଦାନ କରିଥିଲେ। ଏଲଗାନୁପାଡୁ ମୌଜାର ଖାତା ନମ୍ବର ୧୪/୨୦୪ ପ୍ଲଟ ନମ୍ବର ୧୭୬ରେ ୨୨ ଏକର ଗିରିଧାରୀ ଲାଲ ଓ ଖାତା ନମ୍ବର ୧୪/୧୭୪ରେ ୨୦ ଏକର ଜମି ଦାଉଦ ବିଡ଼ିକାଙ୍କ ନାମରେ ରେକର୍ଡ ଅଛି। ଏଥିସହ ଖାତା ନମ୍ବର ୧୪/୨ ପ୍ଲଟ ନଂ ୧୭୭ ରେ ୪୫ ଏକର ଜମି ସଦାନନ୍ଦ ପାଣି ଓ ଅନ୍ୟ କେତେକ ବ୍ୟକ୍ତି ତଥା ଭାରତ ସରକାରଙ୍କ ପୁନର୍ବସତି ଓ ଥଇଥାନ ବିଭାଗ ନାମରେ ରହିଛି। ଏହି ୧୭୭ ନମ୍ବର ପ୍ଲଟରେ ଦାଉଦ ପାଚେରୀ ନିର୍ମାଣ କରିଛି। ଏହି ପାଚେରୀକୁ ଡନସାଧାରଣ ଭାଙ୍ଗି ଦେଇଛନ୍ତି ବୋଲି ନିଜ ତଦନ୍ତ ରିପୋର୍ଟର ଉଲେଖ କରିଛନ୍ତି।

ତହସିଲଦାରଙ୍କ ପତ୍ର ସଂଖ୍ୟା ୨୯୭/ଏକ୍ସ-୧୧/୨୦୨୨ ଅନୁଯାୟୀ ଗତ ୯ ଜାନୁୟାରୀ ୨୦୨୩ରେ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ଉଲେଖ କରିଛନ୍ତି ଯେ କେତେକ ସ୍ଥାନୀୟ ବ୍ୟକ୍ତି ଏହି ୧୭୭ ପ୍ଲଟରେ ନିର୍ମିତ ପାଚେରୀକୁ ଭାଙ୍ଗି ଦେଇଛନ୍ତି। ଅନ୍ୟଦିଗରେ ଦାଉଦ ଏହି ପାଚେରୀ ନିର୍ମାଣ କରିଥିଲା ଯାହାକି ବେଆଇନ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଘଟଣାର ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ୍ୟ କୌଣସି ପଦକ୍ଷେପ ନା ରାଜସ୍ୱ ବିଭଗ ନା ପୁଲିସ ତଦନ୍ତ ନେଉଛନ୍ତି ବୋଲି ଶତାଧିକ ମହିଳା ଓ ପୁରୁଷ ରାୟଗଡା ଜ଼ିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଦାଉଦ ବିଡ଼ିକା ଆମମାନଙ୍କ ନାମରେ ପୁଲିସକୁ ମିଛ କହି ବିଭିନ୍ନ ପ୍ରକାରର ଅସୁବିଧା କରୁଛି। ଥେରୁବାଲି ପୁଲିସ ମଧ୍ୟ୍ୟ ଆମରି କଥା ଶୁଣୁନାହାନ୍ତି ବୋଲି ଜ଼ିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଅଂଚଳବାସୀ ଅନୁରୋଧ କରିଥିଲେ। ତେବେ ଜିଲ୍ଲାପାଳ ଏନେଇ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର