ସମ୍ବଲପୁର : ନିଷିଦ୍ଧ ପଲିଥିନ୍ ଓ ପ୍ଲାଷ୍ଟିକ ବିକ୍ରି କରୁଥିଲେ। ବୈଦନାଥ ଛକରେ ଥିବା ଏକ ଦୋକାନୀ ବେଆଇନ ଭାବେ ଏଭଳି ନିଷିଦ୍ଧ ସାମଗ୍ରୀ ବିକ୍ରି କରୁଥିବା ବେଳେ ବୁଧବାର ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି)ର ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଉକ୍ତ ଦୋକାନରୁ ବିପୁଳ ପରିମାଣର ନିଷିଦ୍ଧ ପ୍ଲାଷ୍ଟିକ୍ ଓ ପଲିଥିନ୍ ମିଳିଥିଲା। ତେବେ ଜବତ ବେଳେ ଦୋକାନ ମାଲିକ କିଛି ଲୋକଙ୍କୁ ଠୁଳ କରି ପାଟିତୁଣ୍ଡ ଆରମ୍ଭ କରିଥିଲା। ପ୍ରବର୍ତ୍ତନ ଅଧିକାରୀଙ୍କ ସମେତ ସେଠାରେ ଥିବା କର୍ମଚାରୀମାନଙ୍କୁ ବ୍ୟବସାୟୀ ଓ କିଛି ଲୋକ ଧକ୍କା ଦେବା ଆରମ୍ଭ କିରଥିଲେ। ଜରିମାନା ତ ଦେଇ ନଥିଲେ ଓଲଟି ଜବତ ଫ୍ଲାଷ୍ଟିକ୍ ସାମଗ୍ରୀକୁ ମଧ୍ୟ ଜବରଦସ୍ତ ନେଇ ଯାଇଥିଲେ। ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମାଡ଼ ମାରିଥିଲେ। ସୂଚନା ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ଏନେଇ ପ୍ରବର୍ତ୍ତନ ଅଧିକାରୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୋକାନର ଟ୍ରେଡ୍ ଲାଇସେନ୍ସର ଅବଧି ମଧ୍ୟ ନଥିଲା। ଯେଉଁ କାରଣରୁ ଗୁରୁବାର ଏସ୍ଏମ୍ସି ପକ୍ଷରୁ ଉକ୍ତ ଦୋକାନକୁ ସିଲ୍ କରାଯାଇଛି। ଏହା ସହିତ ଦୋକାନୀଙ୍କୁ ୩ ହଜାର ଟଙ୍କା ଜରିମାନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/town-police-station-sambalpur.jpg)