ପୁଣି ସ୍ମିତାରାଣୀ ଝଡ଼ : ମାମଲା ଭିତରକୁ ସରକାରଙ୍କୁ ଟାଣିଲେ ବିରୋଧୀ

ପୁଳା ପୁଳା ପ୍ରଶ୍ନ ଫିଙ୍ଗି ଗର୍ଜିଲେ ନରସିଂହ
ସିବିଆଇ ବା ଏସ୍ଆଇଟି ଦ୍ବାରା ତଦନ୍ତ ଦାବି
ଇଡିର ଭୂମିକା ନେଇ ପ୍ରଶ୍ନ ଉଠାଇଲେ
ଶାସକ ଦଳର କେଉଁ ନେତା ଅତିଥିଶାଳା ଯାଇଥିଲେ?

ଭୁବନେଶ୍ବର : କାହା ପୃଷ୍ଠପୋଷକତା ଲାଭ କରି ଗୋଟିଏ ଚାହା ବିକାଳୀ ହଜାରେ େକାଟି ଟଙ୍କାର ମାଲିକ ହେଲା? ସରକାରୀ ଦଳର ନେତାଙ୍କ ସହଯୋଗ ବିନା କଣ ଏହା ସମ୍ଭବ? କେଉଁ ପରିସ୍ଥିତିରେ ଜଣେ ସରକାରୀ କର୍ମଚାରୀଙ୍କୁ େଗାଟିଏ ଘରୋଇ ଅତିଥିଶାଳାକୁ ଯିବାକୁ ପଡିଲା? ୩୦ମିନିଟ୍ ଭିତରେ ଏମିତି କଣ ହେଲା େଯ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ? ଯଦି ଆତ୍ମହତ୍ୟା କରିବାର ଥିଲା, ତେବେ ଆଉ କୋଉଠି ଜାଗା ନ େଖାଜି ସଂପୃକ୍ତ ମହିଳା ଉକ୍ତ ଅତିଥିଶାଳାକୁ କାହିଁକି ବାଛିଲେ? ଶବ ବ୍ୟବଚ୍ଛେଦ ରିପୋର୍ଟର ସାନି ବ୍ୟବଚ୍ଛେଦ ଆବଶ୍ୟକ ପଡିଲାଣି? କାହିଁକି ଇଡି ଏହି ଘଟଣାରେ ମାମଲା ରୁଜୁ ନ କରି ଚୁପ୍ ବସିଛି?

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏଭଳି ପୁଳା ପୁଳା ପ୍ରଶ୍ନ ପଚାରି ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ମିତାରାଣୀ ହତ୍ୟା ମାମଲା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରିଦେଇଥିଲେ। ଏ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନା ଛଳରେ ଶ୍ରୀ ମିଶ୍ରଙ୍କ ସମେତ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ସୁରେଶ କୁମାର ରାଉତରାୟ ପ୍ରମୁଖ ରାଜ୍ୟ ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଏହି ମାମଲା ସହିତ ରାଜ୍ୟ ସରକାର, ସ୍ଥାନୀୟ ପୁଲିସ ପ୍ରଶାସନ, ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ସଂପୃକ୍ତିର ଅଭିଯୋଗ ଆଣି ଜାରି ରହିଥିବା ପୁଲିସ ତଦନ୍ତ ଉପରେ କଂଗ୍ରେସ େନତାମାନେ ଅନାସ୍ଥାଭାବ ପ୍ରକଟ କରିଥିଲେ। ପକ୍ଷପାତିତା ତଥା ଏଭଳି ଏକ ସଙ୍ଗିନ ପ୍ରସଙ୍ଗକୁ ଚାପି ଦେବାର ସଙ୍ଗିନ୍ ଅଭିେଯାଗ ରଖିଥିଲେ ଗୃହ ସାମ୍ନାରେ।

ଦାବି କରିଥିଲେ, ଘଟଣାର ସିବିଆଇ ତଦନ୍ତ କରିବା ଲାଗି ସରକାର ସୁପାରିସ କରନ୍ତୁ। ଅଥବା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ମାଧ୍ୟମରେ ଏହି ମାମଲାର ଅଧିକ ତଦନ୍ତ କରାଯାଉ।

କୌତୂହଳର କଥା ହେଲା, ବିରୋଧୀ କଂଗ୍ରେସ ଦଳ ସ୍ମିତାରାଣୀ ହତ୍ୟା ମାମଲାେର ସରକାରଙ୍କୁ ହଲାପଟା କରୁଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେପି ଗୃହ ମଧ୍ୟଭାଗରେ ହଟ୍ଟଗୋଳ, ନାରାବାଜି, ତାଳିମାଡ଼, ବ୍ୟାନର ପ୍ରଦର୍ଶନରେ ବ୍ୟସ୍ତ ଥିଲା।

ବୁଧବାର ବିଜେପି ପକ୍ଷରୁ ନାରୀ ନିର୍ଯାତନା ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା, ଯାହା ଉପରେ ଆଲୋଚନା େହାଇପାରିନଥିଲା। ସର୍ବଦଳୀୟ ବୈଠକରେ ଆଲୋଚନା ଆଧାରରେ ଆଜି କଂଗ୍ରେସ ଦଳର ମୁଲତବୀ ପ୍ରସ୍ତାବ (ରହସ୍ୟ ଘେରରେ ମହିଳା ଭିଏଲଡବ୍ଲୁ ସ୍ମିତାରାଣୀ ଆତ୍ମହତ୍ୟା ପ୍ରସଙ୍ଗ: ତଦନ୍ତ କରି ସତ୍ୟ ଉନ୍ମୋଚନ ପାଇଁ ପ୍ରଶାସନଓ ପୁଲିସର ଆନ୍ତରିକତା ନାହିଁ) କୁ ଗ୍ରହଣ କରିଥିଲେ ବାଚସ୍ପତି। କିନ୍ତୁ ଅସ୍ବାଭାବିକ ପରିସ୍ଥିତିରେ ଗୃହ ସନ୍ତୁଳି େହଉଥିବା ବେଳେ ଏହି ମୁଲତବୀ ପ୍ରସ୍ତାବ ଆରମ୍ଭ େହାଇଥିଲା।

ଆଲୋଚନା ଆରମ୍ଭ କରି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ପାରିପାର୍ଶ୍ବିକ ସ୍ଥିତି ସନ୍ଦେହ ବଢାଉଛି େଯ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି। ବେଆଇନ ଭାବେ ନିର୍ମାଣ େହାଇଥିବା ଏହି ଅତିଥିଶାଳାରେ ଝିଅଙ୍କୁ ଉପଭୋଗ କରାଯାଉଥିଲା। ସେଦିନ ସଂପୃକ୍ତ କର୍ମଚାରୀଙ୍କୁ ରାମକୋ ଅଧିକାରୀଙ୍କ ସହ ଶୋଇବାକୁ ବାଧ୍ୟ କରାଯାଇଥିଲା ଓ ସେ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ରାମକୋ ସିମେଣ୍ଟ ମ୍ୟାନେଜର ସଂପୃକ୍ତ ଥିଲେ ହେଁ, କାହିଁକି ତାଙ୍କୁ ଏଯାଏ ପୁଲିସ ବାନ୍ଧିନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। କେବଳ ସେତିକି ନୁହେଁ, ସରକାରୀ ଦଳ ସଂପୃକ୍ତ ନ ଥିଲେ, ଏମିତି ଭାବେ ମାମଲାକୁ ହାଲକା ଭାବେ ଗ୍ରହଣ କରାଯାଉନଥାନ୍ତା ବୋଲି ପୁଲିସ ବିରୋଧରେ ଅଭିେଯାଗ କରିଥିଲେ। ବଲାଙ୍ଗୀର ମେଡିକାଲ କଲେଜ ସାମ୍ନାରେ ଝିଅ କାରବାର ଚାଲିଛି େବାଲି ସେ ଅଭିଯୋଗ କରିବା ପରେ ବି ପୁଲିସ କିଭଳି ପଦକ୍ଷେପ ନେଇନଥିଲା, ସେ ସଂପର୍କରେ ଗୃହରେ ଅବତାରଣା କରି ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଦଳର ନେତା ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି, ଭୁବନେଶ୍ବରରେ ବି ରେଡ୍ ଲାଇଟ୍ ଅଞ୍ଚଳ ସ୍ଥିତି ଉପୁଜାଇଲେଣି। ବଲାଙ୍ଗୀରରେ େଲାକେ ରାସ୍ତାକୁ ଓହ୍ଲାଇବା ପରେ ଯାଇ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହି ଘଟଣାରେ ବି ସରକାରୀ ଦଳର ହାତ ରହିଛି। ସ୍ମିତାରାଣୀ ଯଦି ଆତ୍ମହତ୍ୟା କରିଛନ୍ତି, ତେେବ ତାଙ୍କ ଦେହରେ କେଉଁଠୁ କ୍ଷତ ଆସିଲା େବାଲି ପ୍ରଶ୍ନ କରିଥିଲେ କଂଗ୍ରେସ େନତା।

ବିଜେପିକୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ ଯେ ଏହି ଦଳର ନେତାମାନେ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ମଧ୍ୟ ମୁଲତବୀ ଆଲୋଚନା କରିବାକୁ ନୈତିକ ସାହସ ନାହିଁ। ବିଜେପି ଦଳ ସରକାରୀ ବିଜେଡି ଦଳ ସହ ହାତ ମିଳାଇ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ଉପରେ ପରଦା ପକାଇ ଦେବାକୁ ଚେଷ୍ଟା କରୁଛନ୍ତି । ଉଭୟ େଗାଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି। ସେମାନେ ବି ସିବିଆଇ ତଦନ୍ତ ଦାବି କରୁଛନ୍ତି, ଯାହା କଂଗ୍ରେସ କରୁଛି। ତେବେ ଆଲୋଚନାରେ କାହିଁକି ଭାଗନେଲେ ନାହିଁ।

ସେହିଭଳି ମୁଖ୍ୟମନ୍ତ୍ରୀ ଅନୁପସ୍ଥିତି ଥିବା ନେଇ ଶ୍ରୀ ମିଶ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସମସ୍ତଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନିଜେ କେମିତି ରହୁନାହାନ୍ତି? ନାରୀର ସମ୍ମାନ କଥା କହୁଛନ୍ତି, ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ କାହିଁକି ଭୟଭୀତ? ପରିସଂଖ୍ୟାନ ରଖି ଶ୍ରୀ ମିଶ୍ର କହିଥିଲେ ଯେ ସରକାର ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟ‌ଲେରାନ୍ସ ବା ଶୂନ ସହନଶୀଳତା କଥା କହୁଛନ୍ତି। ହେଲେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି ଯେ ମାମଲା ବାଟେ ମାମଲା ଚାଲୁଛି କିନ୍ତୁ ଦୋଷୀ ଦଣ୍ଡ ପାଉନାହାନ୍ତି। ଏବେ ସୁଦ୍ଧା ରାଜ୍ୟରେ ୯୪% ମହିଳା ଓ ଶିଶୁ ନିର୍ଯାତନା ସମ୍ପର୍କିତ ମାମଲା ବିଚାର ହୋଇନପାରି ପଡିରହିଛି । ୨୦୧୭ରେ ଏ ସମ୍ପର୍କିତ ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୭.୪%। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭ରେ କେବଳ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ ୯୪.୭% ପ୍ରତିଶତ ମାମଲା ବିଭିନ୍ନ କୋର୍ଟ କଚେରିରେ ଶୁଣାଣି ସ୍ଥିତିରେ ରହିଛି। ସେହି ବର୍ଷ ମହିଳା ନିର୍ଯାତନା ମାମଲାରେ ୫୦୪୧ଟି ମାମଲା ପଞ୍ଜୀକୃତ ହୋଇଛି। ୨୦୧୭ ସୁଦ୍ଧା ମହିଳା ନିର୍ଯାତନା ମାମଲାରେ ୧୧ ଲକ୍ଷ ୨୦ ହଜାର ୩୬୬ ଜଣ ଗିରିଫ ହୋଇଥିଲା ବେଳେ ଦଣ୍ଡିତ ହୋଇଛନ୍ତି ମାତ୍ର ୫୨୨୬ ଜଣ। ମହିଳା ନିର୍ଯାତନା ଘଟଣାରେ ୨୦୧୭ ଶେଷ ସୁଦ୍ଧା ୫ ଲକ୍ଷ ୧୭ ହଜାର ୭୦୯ ଟି ମାମଲା ଫଇସଲା ଅପେକ୍ଷାରେ ରହିଥିଲା। ୨୦୧୭-୧୮ ଓ ୨୦୧୮-୧୯ରେ ୨୪ଲକ୍ଷରୁ ଅଧିକ ଲୋକ ଗିରଫ ହୋଇଛନ୍ତି ଆଉ ଦଣ୍ଡିତ ହୋଇଛନ୍ତି ମାତ୍ର ୧୭ହଜାର େବାଲି ଶ୍ରୀ ମିଶ୍ର କହିଥିଲେ।

ସ୍ମିତାରାଣୀକୁ ହତ୍ୟା କରି କିଭଳି ଆତ୍ମହତ୍ୟା ରୂପ ଦିଆଯାଇଛି, େସ ସଂକ୍ରାନ୍ତରେ ଅବତାରଣା କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ତୀବ୍ର ଅସନ୍ତୋଷ ଝାଡିଥିଲେ। କହିଥିଲେ ଯେ େଗାଟିଏ ମରିବା ଝିଅର ଚରିତ୍ର ହନନ ପାଇଁ ଏସପିଙ୍କୁ କିଏ କ୍ଷମତା ଦେଲା? ଅନ୍ୟପକ୍ଷରେ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନ କଥା କହୁଛନ୍ତି। କିନ୍ତୁ ମହିଳାମାନେ ଏଠି ବେଶି ଅସୁରକ୍ଷିତ। ବିଦ୍ୟାଳୟ ଛାତ୍ରୀ, କଲେଜ ଛାତ୍ରୀ କେହି ବି ସୁରକ୍ଷିତ ନାହାନ୍ତି। ନାବାଳିକା ଗର୍ଭବତୀ ଘଟଣା ବୟାନ କରୁଛି ନବୀନ ବାବୁଙ୍କ ‘ଟି’ କେମିତି ଚାଲିଛି? ମଦ କାରବାର ବଢିବା କାରଣରୁ ସମସ୍ତେ ମାତାଲ େହାଇ ଏଭଳି ଅପରାଧମାନ ଘଟାଉଛନ୍ତି େବାଲି ସେ ଅଭିଯୋଗ କରିଥିଲେ। ଏଥିସହିତ କାହିଁକି ଭିଏଲଡବ୍ଲୁଙ୍କ ପରିବାରକୁ ସୁରକ୍ଷା ଦିଆଯାଇପାରିଲା ନାହିଁ, େସ େନଇ ସରକାରଙ୍କୁ କୈଫିୟତ ମାଗିଥିଲେ।

ସମ୍ବନ୍ଧିତ ଖବର