ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର

ଧର୍ମଶାଳା: ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣୁଥିବା ସ୍ମିତାରାଣୀଙ୍କ ପରିବାର ଲୋକ, ଶେଷରେ ଚୋରମୁହାଁ ଗାଁ ଛାଡି ଚାଲି ଯାଇଛନ୍ତି । ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପରିବାର ଲୋକେ । ସ୍ମିତାରାଣୀଙ୍କ ପରିବାର ଲୋକେ ଦର୍ଶାଇଥିଲେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଭୟରେ ସେମାନେ ଘର ଛାଡି ରାଜ୍ୟ ବାହାରକୁ ଚାଲିଯିବେ ।

ପୁଲିସ କିମ୍ବା ରାଜନେତା କେହି ତାଙ୍କ ପରିବାରକୁ ନ୍ୟାୟ ମିଳିବା ନେଇ କିଛି ଆଶ୍ୱାସନା ଦେଉନାହାନ୍ତି । ତେଣୁ ସିବିଆଇ ତଦନ୍ତ ଦାବି କରିବା ସହ ପରିବାର ଲୋକେ ଗାଁ ଛାଡି ଚାଲିଯିବେ ବୋଲି କହିଥିଲେ । ପରିବାର ଲୋକ ଗାଁ ଛାଡି ଚାଲିଯିବା ପରେ ଘରକୁ ପୁଲିସ ଜଗି ରହିଥିବା ଦେଖିବାକୁ ମିଳିଛି । ସେପଟେ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଆସନ୍ତା ୫ରେ ରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା ।

ରାଜ୍ୟବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କରିବ ବିକ୍ଷୋଭ । ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି । ଯାଜପୁର ଏସପି ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ବିଜେପି ସ୍ୱରରେ ସ୍ୱର ମିଳାଇଛି ।

ସମ୍ବନ୍ଧିତ ଖବର