ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଜେଲରେ ଥିବା ରୂପେଶ ଭଦ୍ରଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୯ତାରିଖରେ ହେବ ବୋଲି ଆଜି ଜଣାପଡ଼ିଛି। ଯାଜପୁର ଜିଲ୍ଲାଜଜ୍ କୋର୍ଟରେ ରୂପେଶଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ପୁଲିସ ଆଜି କେସ ଡାଏରି(ସିଡି) ଦାଖଲ କରିଛି।
ପ୍ରକାଶଥାଉକି, ଗତ ମାସ ୧୬ତାରିଖରେ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ରେ ସ୍ମିତାରାଣୀଙ୍କ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତ କରି କହିଥିଲା। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ୩୦୬ଦଫାରେ ରୂପେଶଙ୍କୁ ପୁଲିସ ଗତ ମାସ ୧୯ତାରିଖରେ ଗିରଫ କରିଥିଲା। ରୂୂପେଶଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେବେଠାରୁ ସେ ରଗଡ଼ି ଜେଲରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Jajpur-Sarpanch-Husband-RupeshVLW-News-18-1.jpg)