ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ: ଟ୍ରେନରୁ ଓହ୍ଲାଇପଡ଼ିଲେ ଭୟଭୀତ ଯାତ୍ରୀ

ବ୍ରହ୍ମପୁର: ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ସମୟରେ ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ ଦେଖିବାକୁ ମିଳିଥିଲା। ଏହି ଟ୍ରେନର ବି-୫ ବଗିରେ ଧୂଆଁ ଲାଗିଥିଲା। ଧୂଆଁ ଦେଖି ଯାତ୍ରୀମାନେ ଭୟଭୀତ ହୋଇ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ। ପରେ ତତକ୍ଷଣାତ୍ ରେଳବାଇ କର୍ମଚାରୀମାନେ ଆସି ଧୂଆଁକୁ ନିର୍ବାପିତ କରିଥିଲେ। ତଥାପି ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ରେ ଯିବାକୁ ଯାତ୍ରୀ ଅମଙ୍ଗ ହେଉଥିବାର ଦେଖିବାକୁ ମିଳିଥିଲା। ଏନେଇ ରେଳବାଇ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ବୁଝାସଶୁଝା କରିଥିଲେ। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ପ୍ରାୟ ୪୫ ମିନିଟ ଧରି ବ୍ରହ୍ମପୁର ଷ୍ଟେସନରେ ଅଟକିଥିଲା।

ସମ୍ବନ୍ଧିତ ଖବର