ପୁରୀ: ନୂଆ ଜଗନ୍ନାଥ ସଡ଼କ ଶୁକଳ ଛକ ନିକଟରେ ରାଜ୍ୟ ରାଜପଥ କଡ଼ରେ ଜଣେ ନାବାଳକକୁ ଗଛରେ ବାନ୍ଧି ବାପାମା’ ଏଭଳି ନିର୍ଯାତନା ଦେଇଛନ୍ତି। ନାବାଳକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ଏହି ନାବାଳକକୁ ତାର ବାପାମା’ ରାସ୍ତାକଡ଼ ଏକ କୃଷ୍ଣଚୁଡ଼ା ଗଛରେ ବାନ୍ଧି ଦେଇଥିଲେ। ଗଛରେ ଏକ ଲୁଗାରେ ବାନ୍ଧିଦେବା ସହ ହାତକୁ ବି ଏକ କପଡ଼ାରେ ବାନ୍ଧି ଦେଇଥିଲେ। ନାବାଳକ ଜଣକ କାନ୍ଦି କାନ୍ଦି ଚିତ୍କାର କରୁଥିଲେ ବି କେହି ଶୁଣିନଥିଲେ। ପଚାରିବାରୁ ସଂପୃକ୍ତ ନାବାଳକ ଜଣକ ବିଡ଼ି ସେବନ କରୁଥିବା ଶୁଣିବାକୁ ପାଇଥିଲେ ବାପାମା। ଏଣୁ ଏହି ନିଶାସେବନ ପାଇଁ ନାବାଳକକୁ ନିସ୍ତୁକ ପିଟିବା ସହ ଗଛରେ ବାନ୍ଧି ପକାଇ ଦେଇଥିଲେ। ଦିନତମାମ ସେହିଭଳି ନାବାଳକ ଜଣକ ଗଛରେ ବନ୍ଧା ହୋଇ ରହିଥିଲେ।