ଆଜି ଆସୁଛନ୍ତି ସ୍ମୃତି ଇରାନୀ

ଭୁବନେଶ୍ୱର : କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ମଙ୍ଗଳବାର ଦିନ ଭୁବନେଶ୍ୱର ଆସୁଛନ୍ତି। ସେ ସକାଳ ୯ଟା ୩୫ରେ ସହିଦ ନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିବେ। ତାହା ପରେ ହୋଟେଲ୍‌ ନିଉ ମାରିଅନ୍‌ରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ସ୍ମୃତି ଯୋଗ ଦେବେ। ଏହା ପରେ ଅପରାହ୍ନ ୧ଟାରେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଅପରାହ୍ନରେ ‘ସମ୍ପର୍କ ସେ ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧିତ ଖବର