ରେଡ଼ିଓ ଚକ୍‌ଲେଟ୍‌ରେ ସ୍ମୃତି ତୁମେ ଅକ୍ଷୟ ପ୍ରତିଯୋଗିତା

ଭୁବନେଶ୍ବର : ଓଡ଼ିଶାର ନମ୍ବର ୱାନ ଏଫ୍ ଏମ୍ ଷ୍ଟେସନ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍ ର ଲୋକପ୍ରିୟ କାର୍ଯ୍ୟକ୍ରମ ଫ୍ୟାମିଲି ନମ୍ବର-ୱାନ୍‌, ସିଜିନ୍ -୪, ଭାରତର ପ୍ରଥମ ସର୍ଟ ଅଡିଓ ଆପ୍ ସୁନୋ ସୁନାଓ ଆପ୍ ସହଯୋଗୀତାରେ ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସୁନୋ ସୁନାଓ ଆପ୍ ପକ୍ଷରୁ ଆରମ୍ଭ ହୋଇଛି ‘ସ୍ମୃତି ତୁମେ ଅକ୍ଷୟ’ ପ୍ରତିଯୋଗିତା। ପ୍ରତିଯୋଗିତାର ଶେଷ ତାରିଖ ଚଳିତ ମାସ ୫ ରଖାଯାଇଛି।

ପ୍ରତିଯୋଗୀମାନେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ସୁନୋ ସୁନାଓ ଆପ୍ ଡାଉନଲୋଡ କରି ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ କିମ୍ବା ତାଙ୍କ ସମ୍ପର୍କିତ ତଥ୍ୟ କାହାଣୀ ଇତ୍ୟାଦି କହି ଗୋଟିଏ ମିନିଟ୍ ଭିତରେ ଅଡିଓ ରେକର୍ଡ କରି ସୁନୋ ସୁନାଓ ଆପ୍‌ରେ ଅପଲୋଡ କରିବାକୁ ପଡ଼ିବ। ଅପଲୋଡ଼ କଲାବେଳେ ଟ୍ୟାଗ ପାଇଁ ଥିବା ସ୍ଥାନରେ ଅକ୍ଷୟ ମହାନ୍ତି ଲେଖିବାକୁ ହେବ। ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ଶାନ୍‌ଦାର ସାଉଣ୍ଡବାର୍ ଏବଂ ଅନ୍ୟ ଦଶ ଜଣ କୃତି ପ୍ରତିଯୋଗୀଙ୍କୁ ମିଳିବ ୱାରେଲେସ୍ ହେଡଫୋନ। ଏହି ପ୍ରତିଯୋଗିତାର ବିଚାରକ ରହିବେ ସଙ୍ଗୀତଜ୍ଞ ଏବଂ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି, ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ସିନେମା ସାମ୍ବାଦିକ ସୂର୍ଯ୍ୟ ଦେଓ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବିଭୁ କିଶୋର।

ସମ୍ବନ୍ଧିତ ଖବର