ଭୁବନେଶ୍ବର : ଏଣିକି ପାସ୍ପୋର୍ଟର କାର୍ଯ୍ୟକାଳ ସରିବାର ୭ ଓ ୯ ମାସ ପୂର୍ବରୁ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ମିଳିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୂଆ କରି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। କେଉଁ ନିର୍ଧାରିତ ୱେବସାଇଟ୍କୁ ଯାଇ ପାସ୍ପୋର୍ଟଧାରୀମାନେ ପୁନଃ ଆବେଦନ କରିପାରିବେ, ତାହା ମଧ୍ୟ ଏହି ଏସ୍ଏମ୍ଏସ୍ରେ ଜଣାଇ ଦିଆଯାଉଛି। ଶେଷ ମୁହୁର୍ତ୍ତରେ ପାସ୍ପୋର୍ଟ ଆବେଦନଜନିତ ଅସୁବିଧାରୁ ରକ୍ଷା ପାଇବା ଓ ଜାଲ ୱେବସାଇଟଗୁଡ଼ିକଠାରୁ ଆବେଦନକାରୀଙ୍କୁ ଦୂରେଇ ରଖିବା ଏହି ଏସ୍ଏମ୍ଏସ୍ ସେବାର ମୁଖ୍ୟ ଲକ୍ଷ୍ୟ। ପାସ୍ପୋର୍ଟ ଆବେଦନକାରୀମାନେ କେବଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍ ‘ww.passportindia.gov.in’ କିମ୍ବା mPassport Seva ମୋବାଇଲ୍ ଆପ୍ଲିକେସନ ମାଧ୍ୟମରେ ହିଁ ଆବେଦନ କରିବା ଉଚିତ।
ପାସ୍ପୋର୍ଟ କାର୍ଯ୍ୟକାଳ ସରିବା ପୂର୍ବରୁ ମିଳିବ ଏସ୍ଏମ୍ଏସ୍
/sambad/media/post_attachments/wp-content/uploads/2019/12/passport.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)