ଭୁବନେଶ୍ବର: ଲାଞ୍ଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦେଶ ଦିଆଯାଇଛି।
ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରକ୍ରିୟାକରଣ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ପାଇଁ ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳ ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ନ ଦେଲେ ୨ ମାସ ଲାଗି ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାଯାଇଛି। ପଙ୍କଜିନୀ ବିଶ୍ବାଳ ଏବେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଅଛନ୍ତି।