ନାଗ ସାପ ସହ ଲଢେଇ କରି ଜିତିଲା ପୋଷା ନେଉଳ, ଦେଖନ୍ତୁ ଭିଡିଓ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ମହୁଖଣ୍ଡା ଗ୍ରାମରେ ସାପ-ନେଉଳ ଲଢେଇ ଦେଖିବାକୁ ମିଳିଛି | ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ସେହି ଗ୍ରାମର ଆଦିତ୍ୟ ପ୍ରସାଦ ସିଂଙ୍କ ଘର ଅଗଣାକୁ ଏକ ବିଷାକ୍ତ ନାଗ ସାପ ପଶି ଆସିଥିଲା | ଏହା ଦେଖି ତାଙ୍କ ପୋଷା ନେଉଳ ନାଗସାପ ସହ ଅଧଘଣ୍ଟା ଧରି ଲଢେଇ କରିଥିଲା | ଶେଷରେ ନେଉଳ ସାପକୁ ମାରି ପାଖରେ ଥିବା ଏକ ଯୋର ଭିତରକୁ ଟାଣି ନେଇଥିଲା | ସାପ ନେଉଳ ଲଢେଇ ଦେଖିବା ପାଇଁ ଲୋଳଙ୍କର ଭିଡ଼ ଜମି ଥିଲା | ଏହି ଘଟଣାର ଏକ ଛୋଟ ଭିଡିଓ ନିମ୍ନରେ ସଂଯୋଜିତ ହୋଇଛି।

ସମ୍ବନ୍ଧିତ ଖବର