ସର୍ପାଘାତରେ ପୁଅ ମୃତ, ବିଷ ପିଇଲେ ବାପା

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଗଗୁଆ ପଞ୍ଚାୟତରେ ଚିଙ୍ଗୁଡି ଘେରିରେ ଜଗାରଖା ପାଇଁ ଏକ କୁଡିଆ ଘରେ ଶୋଇଥିବା ବେଳେ ସର୍ପାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାନରାହାମା ଗ୍ରାମର ସତ୍ୟରଂଜନ ନାୟକ(୨୪)। ଏକମାତ୍ର ପୁଅକୁ ହରାଇ ବାପା କ୍ଷେତ୍ରବାସୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି। ଅନ୍ୟପଟେ କ୍ଷତିପୂରଣ ଦାବି କରି ପରିବାର ଲୋକେ ଘେରି ମାଲିକଙ୍କ ଘର ଆଗରେ ସତ୍ୟରଂଜନଙ୍କ ଶବ ରଖି ଧାରଣା ଦେଇଛନ୍ତି। ସୂଚନା ଅନୁଯାୟୀ, କ୍ଷେତ୍ରବାସୀଙ୍କ ପତ୍ନୀ ୨ ବର୍ଷ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର