ଯାଜପୁର: ୧୪ଟି ନାଗ ସାପ ଛୁଆ ଉଦ୍ଧାର । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁଯାୟୀ, ସାରଙ୍ଗପୁର ଗ୍ରାମର ପଦ୍ମଲୋଚନଙ୍କ ଘରେ ବାରମ୍ବାର ଛୋଟ ନାଗ ସାପ ଛୁଆ ବାହାରିବାରୁ ସେ ସୁକିନ୍ଦାର ସ୍ନେକ ହେଲ୍ପଲାଇନକୁ ଏନେଇ ଖବର ଦେଇଥିଲେ ।
/sambad/media/post_attachments/wp-content/uploads/2020/07/b44ec8c3-79f4-46ea-b89e-62e2fb5bfd62-289x300.jpg)
ସ୍ନେକ ହେଲ୍ପଲାଇନ ସଦସ୍ୟ ସୌମ୍ୟଜିତ ବେହୁରା ପଦ୍ମଲୋଚନଙ୍କ ଘରେ ପହଞ୍ଚି ବହୁ ଖୋଜାଖୋଜି ପରେ ରୋଷେଇ ଘରର ଗ୍ୟାସ ଟାଙ୍କି କଡରେ ଥିବା ଏକ ଗର୍ତ୍ତରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସୁରକ୍ଷିତ ଅବସ୍ଥାରେ ନାଗ ଛୁଆଙ୍କୁ ଏକ ପ୍ଲାଷ୍ଟିକ ଜାର ରେ ରଖି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି।
ଏହା ପୂର୍ବରୁ ଗତ ଜୁନ ୨୬ ତାରିଖରେ ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ରଙ୍ଗରାଜପୁର ଗାଁରେ ଜଣଙ୍କ ଘର ଭିତରୁ ଶୁକ୍ରବାର ମା’ ନାଗ ସହ ୪୩ଟି ଛୁଆ ନାଗ ସାପକୁ ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ଉଦ୍ଧାର କରିଥିଲେ । ଏଥିସହିତ ଘଟଣାସ୍ଥଳରୁ ୫୮ଟି ନାଗସାପ ଅଣ୍ଡା ବି ଉଦ୍ଧାର କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/snake-1531574972.jpg)