ବିଷାକ୍ତ ସାପ କାମୁଡ଼ାରେ ଦୁଇଜଣଙ୍କ ମୃତ୍ୟୁ

ରାଉରକେଲା : ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରୁ ଜଣେ ହେଲେ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ଅଞ୍ଚଳର ମଞ୍ଜୁ ମିଞ୍ଜ (୪୫)l ସେ ନିଜ ଘରେ ଶୋଇଥିବା ବେଳେ ବିଶାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁରୂପ ଭାବେ ତେଲିପୋଷ ଗ୍ରାମର ଟୁଙ୍ଗରିଟୋଲା ବସ୍ତିର ଜନୈକ ଯୁବକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛି ।

ଝାରଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା ପର୍ବା ଅଞ୍ଚଳର ବାସିନ୍ଦା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତେଲିପୋଷ ଗ୍ରାମର ଟୁଙ୍ଗରୀଟୋଲା ବସ୍ତିରେ ତାର ଭିଣୋଇ ଘରେ ରହି ହାତୀବାରି ରୋଡରେ ଥିବା ସର୍ଭେସ ରିଫ୍ରାକ୍ଟ୍ରିରେ ଠିକାଦାର ପାଖରେ ମଜୁରିଆ ଭାବେ କାର୍ଯ୍ୟ କରୁଥିଲା । ତେବେ ଗତ ରାତିରେ ବି ସିପ୍ଟି ସାରି ଘରକୁ ଫେରି ଖାଇ ପିଇ ଶୋଇଥିଲା । ସକାଳୁ ବୁଲି ଯିବାକୁ ପିଲାମାନେ ମାମୁଁଙ୍କୁ ଉଠାଇବା ବେଳେ ସେ ଆଉ ଉଠି ନ ଥିଲେ । ତାଙ୍କର ଦେହ କାଠ ପାଲଟି ଯାଇଥିଲା । ପରେ ସମାଜସେବୀ ଅର୍ଜୁନ ମିଞ୍ଜଙ୍କ ସହାୟତାରେ ତାଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁକୁ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡ଼ିଛି ।

ସମ୍ବନ୍ଧିତ ଖବର