ହାଟଡିହି: ହାଟଡିହି ବ୍ଲକ୍ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗ୍ରାମର ଗଜେନ୍ଦ୍ର ପେରେଇଙ୍କ ପୁଅ ସୁବାସ ପେରେଇ (୨୮)। ଗାଁ ମୁଣ୍ଡରେ ଘର କରି ରହୁଥିବା ବୁଢ଼ାବୁଢ଼ୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସୁବାସ ବୁଝାସୁଝା କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ସୁବାସ ଖଟ ଉପରେ ବସିଥିବା ବେଳେ ଗୋଡ଼ ତଳେ ଲାଗିଥିଲା।
ହଠାତ୍ ଏକ ସାପ ତାଙ୍କ ଗୋଡ଼କୁ କାମୁଡ଼ିବା ପରେ ଖଟ ତଳେ ଥିବା ଏକ ଗାତ ଭିତରକୁ ପଳାଇଥିଲା। ସୁବାସ ଏହା ଦେଖି ପାରିଥିଲେ। ତୁରନ୍ତ ପରିବାର ଲୋକଙ୍କ ସହ ଶାଳଣିଆଁ ଡାକ୍ତରଖାନା ଯାଇଥିଲେ। ଏଠାରେ କୌଣସି ଡାକ୍ତର ନଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/22-2.jpg)