ବାମରା: ଗତ ଶନିବାର ରାତିରେ ବାମରା ବ୍ଲକ୍ କେଛୁପାଣି ଗ୍ରାମର ଜଣେ ଯୁବକ ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାଦିନ କେଛୁପାଣି ଗ୍ରାମରେ ଏକ ବିବାହ ଭୋଜି ଚାଲିଥିଲା। ଏଥିରେ ଗ୍ରାମର ବହୁ ଲୋକ ଏକତ୍ରିତ ହୋଇଥିଲେ। ସ୍ଥାନୀୟ ଗାଁର ମିର୍ଦ୍ଧା ବାଘଙ୍କ ପୁଅ ଭୀଷ୍ମଦେବ(୩୭) ମଧ୍ୟ ଭୋଜି ଖାଇବାକୁ ଆସିଥିଲେ। ସେ ଜଣକ ପିଣ୍ଡାରେ ବସିଥିବା ବେଳେ ତାଙ୍କ ଡାହାଣ ଗୋଡ଼ରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।

Advertisment

ଭୀଷ୍ମଦେବ ତାଙ୍କୁ ସାପ କାମୁଡ଼ିଥିବା ନେଇ ଲୋକଙ୍କୁ ଜଣାଇବା ପରେ ଘରଲୋକେ ଝଡ଼ାଫୁଙ୍କା ପାଇଁ ପ୍ରଥମେ ନିକଟସ୍ଥ ଟାଙ୍ଗରମୁଣ୍ଡା ଗାଁ’କୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ରାତି ପ୍ରାୟ ସାଢ଼େ ୧୦ ଟାରେ ବାମରା ଡାକ୍ତରଖାନାକୁ ନିଆଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁନ୍ଦରଗଡ଼ ଜିଲ୍ଲା ସଦର ଡ଼ାକ୍ତରଖାନାକୁ ରେଫର କରାଯାଇ ଥିଲା। ତେବେ ଭୀଷ୍ମଦେବ ବର୍ତ୍ତମାନ ସୁସ୍ଥ ହୋଇ ଫେରିବା ପରେ ଗାଁ’ରେ ଖୁସିର ଲହର ଖେଳିଯାଇଛି।