ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣା: ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ସାପଧରାଳି ବୀର ବିଶ୍ୱାଳ ଗିରଫ ହୋଇଥିବା ଜଣାଯାଇଛି।ବୀର ବିଶ୍ୱାଳ  ନାମକ ଜଣେ ସାପଧରାଳି ଏକ ନାଗ ସାପକୁ ଧରି ନେଲ କଟରରେ ଅତି ନିର୍ଦ୍ଦୟ ଭାବରେ ଦାନ୍ତ ଭାଙ୍ଗି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା। ବୀର ବିଶ୍ୱାଳ ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗାଁର ବୋଲି ଜଣାପଡିଛି।

ବୀର ବିଶ୍ୱାଲ ବିଭିନ୍ନ ସମୟରେ ସାପକୁ ଉଦ୍ଧାର କରିବା ପରେ ନିଶା ପାନ କରି ଏପରି ଷ୍ଟଣ୍ଟ ସୋ କରୁଥିବା ଜଣାପଡିଛି। ସାପକୁ ଉଦ୍ଧାର କରିବା ପରେ ଜଙ୍ଗଳରେ ନେଇ ଛାଡିବା କଥା। କିନ୍ତୁ ବୀର ସାପକୁ ଧରିବା ପରେ ଭିଡ ଭିତରକୁ ଆଣି ଅମାନୁଷିକ ଭାବାରେ ସାପକୁ ନିର୍ଯ୍ୟାତନା ଦେଇ ଏଠି ସେଠି ଫୋପାଡି ଦିଅନ୍ତି। ଯାହା ଫଳରେ ସାପଟିର ଜୀବନ ଯାଉଥିବା ବି ଅଭିଯୋଗ ହୋଇଛି।

ଏଥର ବୀର ବିଶ୍ୱାଳ ବୀର ବିଶ୍ୱାଳର କାରନାମା ମୋବାଇଲରେ କଏଦ ହୋଇଛି। ଗାଁ ଭିତରେ ଗୋଖରା ନାଗକୁ ଧରିବା ପରେ ବୀର ଗାଁ ଭିତରକୁ ଆସି ନେଲ କଟରରେ ସାପର ବିଷ ଦାନ୍ତ ଭାଙ୍ଗିଥିଲା । ଆଉ ଏହାର ଭିଡିଓକୁ କେହି ଜଣେ ଉତ୍ତୋଳନ କରି ଭାଇରାଲ କରି ଦେଇଥିଲା । ଭିଡିଓ ଭାଇରାଲ ହେଲା ପରେ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଲାଙ୍ଗୀର ସ୍ନେକ ହେଲପ ଲାଇନର ସଦସ୍ୟ ଦାବି କରିଥିଲେ।

ସମ୍ବନ୍ଧିତ ଖବର