ଲୋକସେବା ଭବନ ଗଛ ‌କୋରଡ଼‌ରେ ସାପ

ଭୁବନେଶ୍ବର : ଲୋକସେବା ଭବନ ପରିସରରେ ଥିବା ଏକ ଗଛର କୋରଡ଼ ଭିତରୁ ସାଢ଼େ ୫ଫୁଟର ସାପକୁ ଉଦ୍ଧାର କରାଯାଇଛି। ଆଜି ସକାଳ ୭ଟା ୪୫ରେ ଲୋକସେବା ଭବନ ମୁଖ୍ୟ ଫାଟକରେ ମୁତୟନ ସୁରକ୍ଷା କର୍ମୀମାନେ ଗଛ କୋରଡ଼ ଭିତରେ ସାପଟି ପଶି ରହିଥିବା ‌ଦେଖିବାକୁ ପାଇଥିଲେ। ଦେଖିବା ମାତ୍ରେ ଏ ସମ୍ପର୍କରେ ସ୍ନେକ ହେଲ୍‌ପ ଲାଇନ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ୍‌- ହେଲପ୍‌ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। କେଉଁ ସାପ ଜାଣିବା ପାଇଁ ସେ ପ୍ରଥମେ କୋରଡ଼ ମଧ୍ୟରେ ମୋବାଇଲ୍‌ରେ ସାପର ଫଟୋ ଉଠାଇଥିଲେ। ଢମଣା ବୋଲି ଜାଣିବା ପରେ କୋରଡ଼ ମଧ୍ୟରେ ଏକ କାଠି ପୂରାଇଥିଲେ। ତୁରନ୍ତ ସାପଟି ଭିତରୁ ବାହାରିବା କ୍ଷଣି ତାକୁ ସେ ଉଦ୍ଧାର କରି ନେଇ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର