ଜୟପୁର: ଯନ୍ତ୍ରାଂଶ ମରାମତି କରିବାକୁ ଆସିବା କାର ମଧ୍ୟରୁ ବାହାରିଲା ନାଗସାପ। ଭାଗ୍ୟବଶତଃ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଗଲେ ମେକାନିକ୍। ଏଭଳି ଏକ ଘଟଣା ଘଟିଯାଇଛି ଜୟପୁରସ୍ଥିତ ଏକ ସର୍ଭିସ ଗ୍ୟାରେଜ୍ ପରିସରରେ।

Advertisment

ସୂଚନା ଅନୁଯାୟୀ, ନବରଙ୍ଗପୁରର ଆଦିତ୍ୟ ପଟ୍ଟନାୟକ ଗୁରୁବାର ତାଙ୍କ କାରର ଯନ୍ତ୍ରାଂଶ ମରାମତି ପାଇଁ ଜୟପୁର ହିନ୍ଦୁସ୍ଥାନ ସେଲସର ହ୍ୟୁଣ୍ଡାଇ ସର୍ଭିସ ଗ୍ୟାରେଜ୍‌କୁ କାର୍ ନେଇକି ଆସିଥିଲେ। ମେକାନିକ ଜଣକ ବନେଟ୍ ଉଠାଇବା ବେଳେ ସେ ସାପର ଫଁ ଫଁ ଶଦ୍ଦ ଅଚାନକ ଭାବେ ଶୁଣି ଚମକି ପଡ଼ିଥିଲେ। ସାପଟି କାରର ଇଂଜିନର ଉପର ଓ ବନେଟର ତଳ ଭାଗରେ ଥିଲା। ସାପଟିକୁ ଦେଖି ମେକାନିକ୍ ଜଣକ ଚିଲେଇ ଥିଲେ। ତାଙ୍କ ଚିତ୍କାର ଶୁଣି ଲୋକେ ଜମା ହୋଇଯାଇଥିଲେ। ପରେ ସାପଟି କାର ମଧ୍ୟରେ ଏଣେ ତେଣେ ବୁଲିଥିଲା। ସାପକୁ ବହୁ କଷ୍ଠରେ ଧରି ବାହାରେ ‌ଛାଡ଼ି ଦେଇଥିଲେ। ତେବେ ଭାଗ୍ୟବଶତଃ ମେକାନିକ୍ ବଂଚିଯାଇଥିଲେ। ସେଭଳି କାର ଚାଳୁଥିବା ସମୟରେ ସାପ କାର ମଧ୍ୟକୁ ପଳାଇ ଆସିଥିଲେ ବି କାର ମାଲିକଙ୍କ ପାଇଁ ବିପଦ ହୋଇଥାନ୍ତା। କିନ୍ତୁ ଭାଗ୍ୟବଶତଃ ଉଭୟ ବଂଚିଯାଇଥିଲେ।