କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସହର ପଞ୍ଚମୁଖୀ ଛକଠାରେ ଥିବା ପୋଷ୍ଟ ଅଫିସ୍ ଏଟିଏମ ଭିତରେ ଏକ ନାଗସାପ ପଶିଯାଇଛି। ଲୋକେ ଭୟରେ ଗତ ୧୯ ତାରିଖ ସନ୍ଧ୍ୟ‌ାରୁ ଏହି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉନାହାନ୍ତି । ତେବେ ପୋଷ୍ଟ ଅଫିସ ଷ୍ଟାଫ୍ ୨୪ଘଣ୍ଟା ଲୋକଙ୍କ ସୁରକ୍ଷା ପାଇଁ ଏଟିଏମ୍ ସମ୍ମୁଖରେ ଜଗି ବସିଛନ୍ତି।

Advertisment

ଗତକାଲି ବନ୍ୟ ବିଭାଗର କର୍ମଚାରୀମାନେ ନାଗସାପକୁ ଏଟିଏମ୍ ଭିତରୁ ଧରିବାରେ ବିଫଳ ହୋଇଛନ୍ତି। ଏହାଫଳରେ ଏହି ଏଟିଏମଟି ବନ୍ଦ ରହିଛି।