ବାଇକ ସିଟ ତଳୁ ବାହାରିଲା ୪ ଫୁଟିଆ ନାଗ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ସରକଣା ଗ୍ରାମର ବିମଳ କୁମାର ସାହୁଙ୍କ ବାଇକ ସିଟ ତଳୁ ଆଜି ଗୋଟିଏ ୪ ଫୁଟିଆ ନାଗ ଉଦ୍ଧାର ହୋଇଛି । ଏସଂପର୍କରେ ବିମଳଙ୍କ ପରିବାର ଲୋକ ସ୍ନେକ ହେଲପଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ବିରଞ୍ଚି ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଏକ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିବା କହିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ବିମଳଙ୍କ ଘର ଅଗଣା ଭିତରକୁ ହଠାତ ଏକ ନାଗସାପ ପଶି ଆସିଥିଲା । ଅଗଣା ଭିତରେ ସାପ ଦେଖି ପରିବାର ଲୋକ ଭୟଭୀତ ହୋଇ ବାଡ଼ିରେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ସାପ ହଡ଼ବଡ଼ ହୋଇ ସେଠାରେ ଥିବା ବାଇକ ସିଟ ତଳେ ଥିବା ଫାଙ୍କରେ  ପଶିଯାଇଥିଲା । ପରିବାର ଲୋକ ସାପକୁ ଗାଡ଼ି ଭିତରୁ ବାହାର କରିବାରେ ବିଫଳ ହୋଇଥିଲେ । ଏହାପରେ ସାପକୁ ଉଦ୍ଧାର କରିବାକୁ ସେମାନେ ସ୍ନେକ ହେଲପ ଲାଇନକୁ ଫୋନ କରି ସହାୟତା ଲୋଡ଼ିଥିଲେ ।

ସମ୍ବନ୍ଧିତ ଖବର