ଜୟପୁର: ଜୟପୁର ବିମାନ ବନ୍ଦରରୁ ଉଡ଼ାନ ଯୋଜନାରେ ୯ସିଟ୍ ବିଶିଷ୍ଟ ୨ଟି ବିମାନର ଉଡାଣ ଜାରି ରହିଛି। ସଂପ୍ରତି ବିମାନବନ୍ଦରର ପାଚେରୀ ଏବଂ ସୁରକ୍ଷା କର୍ମୀ ପୁଲିସ ରହୁଥିବା ବାରକ୍ ଅଂଚଳରେ ବ୍ୟାପକ ଭାବେ ସାପ ଭୟ ଦେଖାଯାଇଛି। କିଭଳି ବିଷାକ୍ତ ସାପକୁ ମାରିବେ ସେ ଚିନ୍ତାରେ ପଢ଼ିଛନ୍ତି ସୁରକ୍ଷା କର୍ମୀ।

Advertisment

ମିଳିଥିବା ସୂଚନା ମୁତାବକ, ସଂପ୍ରତି ୧୨୪ଏକର ପରିମିତ ଅଂଚଳରେ ରହିଛି। ଏହାର ରନୱେ ସଂପ୍ରତି ୧୨୦୦ମିଟର ରହିଛି। ଗୋଟିଏ ପାର୍ଶ୍ବରେ କେନାଲ ଉପରେ୩୦ମିଟରର  ୭ଟି ଟନେଲ ମଧ୍ୟରୁ ୪ଟି ଟନେଲର କାମ ସରିଛି। ଆଉ ଗୋଟିକର କାମ ଶେଷ ପର୍ଯ୍ୟାୟରେ ରହିଛି। ସେଭଳି ଏହାର ସମ୍ମୁଖରେ ଥିବା ସାଇମନ୍ଦିର ପଟେ ପଡିଆଟି ଉଚ୍ଚା ରହିଥି‌ବା ବେଳେ ଅପର ପାର୍ଶ୍ବଟି ଖାଲ ରହିଛି। ଏତେ ବଡ ଅଂଚଳରେ ଥିବା ପାଚେରୀର ତଳେ ଆସି ବିଷାକ୍ତ ସାପ ଗୁଡିକ ଲୁଛି ରହୁଥିବା ସୁରକ୍ଷା କର୍ମୀ ମାନେ କହିଛନ୍ତି। ବହୁ ଖୋଜାଖୋଜି କରିବା ପରେ ଗୋଟିଏ ସାପ ଗାତ ଚିହ୍ନଟ ହୋଇଥିଲା। ଏହାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣୀ। ଏତେ ବଡ ଅଂଚଳ ରହିଥିବାରୁ ସାପକୁ ଖୋଜିବା ବହୁ ମୁସ୍କିଲ। ତଥାଫି ଖୋଜା ଚାଳିଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ତେବେ ଯାତ୍ରୀ ଆସିବା କିମ୍ବା ବିମାନ ଆସି ରହିବା ସମୟରେ ଯଦି ବିମାନ ମଧ୍ୟକୁ ସାପ ପଶିଗଲେ ବଡ଼ ଧରଣର ଅଘଟଣକୁ ଏଡାଇ ଦେଇ ହେବ ନାହିଁ ବୋଲି ଯାତ୍ରୀ ମାନେ କହିଛନ୍ତି। ସେଭଳି ବାରକ୍ ରେ ସାପ ଭୟ ଲାଗି ରହିଥିବାରୁ ‌ସୁରକ୍ଷାକର୍ମୀ ମାନେ ବାରକରେ ଯାଇ ଶୋଇବା ପାଇଁ ବି ଭୟ ପ୍ରକାଶ କରୁଛନ୍ତି। ଏହାରି ମଧ୍ୟରେ କିଛି ସାପ ବି ସାପଧରାଳି ମାନେ ଏହା ପରିସରରୁ ଧରି ଅନ୍ୟ ଆଡେ ଛାଡ଼ିଥିବା ସୂଚନା ମିଳିଛି। ବିମାନ ବନ୍ଦର ତିଆରି ହେବାର ବହୁ ବର୍ଷ ପୂର୍ବରୁ ସହରରୁ ସାପ ଧରି ସାପଧରାଳି ମାନେ ଏହି ଅଂଚଳରେ ଆଣି ଛାଡ଼ି ଦେଇଥିବା ବି ସଂଦେହ ପ୍ରକାଶ ପାଇଛି। ତେବେ ବେଳ ଥାଉଣୁ ଏହି ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।