ନାଲକୋନଗର: ମାଛ ଜାଲରେ ଅଜଗର ଫସିଛି। ଜାଲ ଖୋଲିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନୁଗୁଳ ଜିଲ୍ଲା ନାଲକୋନଗର ଅଞ୍ଚଳରେ ଥିବା ଏକ ଡ୍ୟାମ୍‌ରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ ଡେରଜାଙ୍ଗ ଡ୍ୟାମରେ ଜଣେ ମତ୍ସ୍ୟଜୀବୀ ଗତକାଲି ସନ୍ଧ୍ୟାରେ ମାଛ ଜାଲ ପକାଇଥିଲେ। ମତ୍ସ୍ୟଜୀବୀ ଜଣକ ଆଜି ସକାଳୁ ମାଛ ଜାଲ କାଢ଼ିବା ପାଇଁ ଡ୍ୟାମକୁ ଯାଇଥିଲେ। କିନ୍ତୁ ପାଣିରେ ପଶିଲା ମାତ୍ରେ ସେ ଯେତେବେଳେ ଜାଲ ଉଠାଇଥିଲେ, ଏକ ଅଜଗର ସାପ ଦେଖିବାକୁ ଥିଲେ। ଏହା ପରେ ସେ ସ୍ଥାନୀୟ ଅଞ୍ଚଳରେ ଥିବା ସର୍ପମିତ୍ର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ସର୍ପମିତ୍ର ଆଦିତ୍ୟ ବେହେରା, ସହଯୋଗୀ ବିଜୁ ଭୋଇ ଓ ପିଣ୍ଟୁ ବେହେରା ପ୍ରମୁଖ ଘଟଣାସ୍ଥଳକୁ ପହଂଚି ଅଜଗର ସାପଟି ଉଦ୍ଧାର କରିଥିଲେ। ଅଜଗରର ଲମ୍ବ ୫ଫୁଟ ଥିଲା। ଏହାକୁ ଫରେଷ୍ଟର ହରମୋହନ ପ୍ରଧାନ ସାଙ୍ଗରେ ନେଇ ମନ୍ଦରଗିରି ପାହାଡ଼ ଜଙ୍ଗଲରେ ଛାଡ଼ିଥିଲେ।