ମୂଷା ଯନ୍ତାରେ ଫସିଲା ନାଗ

ପୁରୀ : ଯନ୍ତାରେ ପଡ଼ିଥିବା ମୂଷାକୁ ଖାଇବାକୁ ଯାଇଛି ଯନ୍ତାରେ ଫସିଛି ବିଷଧର ନାଗସାପ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ୍ ମାଳସାହି ଗାଁରେ। ମାଳସାହିର ବିରଞ୍ଚି ନାରାୟଣ ବରାଳ ମୂଷା ଧରିବାକୁ ଯନ୍ତା ବସାଇଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଏଥିରେ ଏକ ବଡ଼ ମୂଷା ପଡ଼ିଥିଲା। ପରେ ସେ ମୂଷା ସହ ଯନ୍ତାକୁ ବାରିପଟେ ରଖି ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଏକ ନାଗ ସାପ ଯନ୍ତାରେ ଫସି ରହିଥିବା ଦେଖିଥିଲେ। ସେତେବେଳକୁ ସାପଟି ମୂଷାକୁ ସଂପୂର୍ଣ୍ଣ ଗିଳି ଦେଇଥିଲା। ଆଉ ଗିଳିବା ପରେ ଯନ୍ତାରେ ଲାଖି ରହି ଯାଇଥିଲା। ମୂଷାଟି ପେଟ ଭିତରେ ରହିଥିବାରୁ ନାଗସାପଟି ମୁଣ୍ଡ ସହ ବାହାରକୁ ଚାଲି ଆସିଥିଲେ ବି ଅଧାରୁ ଯନ୍ତା ଭିତରେ ଫସି ରହିଥିଲା। ସ୍ନେକ ହେଲ୍ପ ଲାଇନର ସଦସ୍ୟ ନିହାର ରଂଜନ ପଣ୍ଡା ଏହି ନାଗ ସାପଟିକୁ ବହୁ କଷ୍ଟରେ ଯନ୍ତାରୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର