ଜଗତସିଂହପୁର ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ନାଗସାପ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ଏକ ନାଗସାପ ଉଦ୍ଧାର କରାଯାଇଥିବା ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ଉକ୍ତ ସାପକୁ ଦେଖି ଚିତ୍କାର କରିଥିଲେ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଛ ପଟ ଗେଟ୍ ପାଖରେ ଜନଶୁଣାଣି ଥିବାରୁ ବହୁସଂଖ୍ୟକ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ସାପକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ସେହି ସାପ ବାରଣ୍ଡାରେ ପଡ଼ିଥିବା ଏକ ମ୍ୟାଟ୍ ଭିତରେ ପଶିଗଲା।

ତଥାପି ଲୋକେ ଭୟରେ ସେ ବାଟ ଦେଇ ଯିବା ଆସିବା କରିବାକୁ ଭୟ କରିଥିଲେ। ସମସ୍ତେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେବାକୁ କହୁଥିଲେ। ହେଲେ ସେହି ସମୟରେ ଜଣେ ସ୍ଥାନୀୟ ଯୁବକ ସାପକୁ ଉଦ୍ଧାର କରି ଏକ ଡବାରେ ରଖିଥିଲେ। ତେବେ ଏହି ସାପଟି କେଉଁଠୁ ଆସିଥିଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ଆଜି କେବଳ ଜଗତସିଂହପୁର ସହରରେ ନୁହେଁ, ବରଂ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର