ବ୍ୟାସନଗର: ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପ୍ରାଥମିକ ବିଦ୍ୟାଳୟ ପାଚେରି ନିକଟରୁ ଆଜି ୫ ଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର କରାଯାଇଛି। ସେହିପରି ଜହ୍ନା ଗ୍ରାମ ବାପି ଦାଶଙ୍କ ଘରୁ ୩ ଫୁଟ ଲମ୍ବର ନାଗସାପ ସହିତ ୧୮ ଗୋଟି ଅଣ୍ଡାକୁ ସ୍ନେକ ହେଲ୍ପଲାଇନର ମଣିଭଦ୍ର ମଲ୍ଲିକ ଉଦ୍ଧାର କରିଛନ୍ତି।
ଉଦ୍ଧାର ସାପକୁ ବ୍ୟାସସରୋବର ଜଙ୍ଗଲରେ ଛାଡ଼ି ଦିଆଯାଇଥିବାବେଳେ ଅଣ୍ଡାଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ ସେଠାରେ ରଖିଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/8-5.jpg)