ଶୀତଳାପଲ୍ଳୀ କୋଭିଡ଼୍‌ ହସ୍ପିଟାଲରୁ ନାଗ ସାପ ଉଦ୍ଧାର, ଭିଡିଓରେ ଦେଖନ୍ତୁ ଉଗ୍ରରୂପ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ କୋଭିଡ଼୍‌ ହସ୍ପିଟାଲ ପରିସରରୁ ଏକ ବିରାଟ ନାଗସାପ ଉଦ୍ଧାର ହୋଇଛି। ନାଗ ସାପର ଉଗ୍ରରୂପ କେମିତି ରହିଛି ଭିଡିଓ ଦେଖିଲେ ଜାଣିପାରିବେ।

ଶୀତଳାପଲ୍ଲୀ କୋଭିଡ଼୍‌ ହସ୍ପିଟାଲ ଅଭ୍ୟର୍ଥନା କକ୍ଷ ପଛପାର୍ଶ୍ଵ ଡାକ୍ତର ଓ ନର୍ସଙ୍କ କକ୍ଷରେ ଏକ ନାଗ ସାପ ରହିଥିବା କର୍ମଚାରୀମାନେ ଦେଖି ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ। ହସ୍‌ପିଟାଲ ପରିସରରୁ ସ୍ନେକ ହେଲପଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ସାପକୁ ଉଦ୍ଧାର କରି ନେଇ ଜଙ୍ଗଲରେ ଛାଡ଼ିଥିଲେ।

ତେବେ ହସ୍‌ପିଟାଲ ପରିସରରେ ହଠାତ୍‌ ନାଗ ସାପ ଦେଖି ଏଠାକାର କର୍ତ୍ତୃପକ୍ଷ, କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ନାଗ ସାପ ଉଦ୍ଧାର ହୋଇଯିବା ପରେ ସେମାନେ ଆଶ୍ୱସ୍ତି ଲାଭ କରିଥିଲେ। କେହି କେହି ଭଗବାନଙ୍କୁ ଡାକୁଥିବା ବେଳେ ଆଉ କିଛି ଲୋକ କହୁଥିଲେ ଭାଗ୍ୟ ଭଲ ଥିବାରୁ ସାପଟି କାହାରିକୁ ଦଂଶନ କରିନାହିଁ।

ସମ୍ବନ୍ଧିତ ଖବର

Comments are closed.