ମେଡିକାଲରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ମାଲକାନଗିରି : ମାଲକାନଗିରି ପୁରୁଣା ମେଡିକାଲରୁ ଗୋଟିଏ ୧୦ଫୁଟ ଲମ୍ବା ଅଜଗର ସାପକୁ ଉଦ୍ଧାର କରାଯାଇଛି। ମେଡିକାଲର ଗୋଟିଏ ପାଇପ ଭିତରେ ସପଟି ପଶିବା ସମୟରେ କିଛି କର୍ମଚାରୀ ଦେଖିଥିଲେ। ଏହାପରେ ସାପ ଧରାଳି ସତ୍ୟଜିତ ଗୌଡ଼ଙ୍କୁ ଖବର ଦିଆଯାଇଥିଲା। ସେ ପହଞ୍ଚି ପ୍ରାୟ ଅଧ ଘଣ୍ଟା ଧରି ଚେଷ୍ଟା କରିବା ପରେ ପାଇପ ଭିତରୁ ସାପଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ ସାପକୁ ନେଇ ଚିକିତ୍ସା କରିଛି। ସୁସ୍ଥ ହେବାପରେ ଜଙ୍ଗଲରେ ନେଇ ଛାଡ଼ି ଦିଆଯିବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ଜଂଗଲ କ୍ଷୟ ଯୋଗୁଁ ଖାଦ୍ୟ ନପାଇ ବାରମ୍ବାର ଅଜଗର ସାପ ମାଲକାନଗିରି ସହର ଭିତରକୁ ପଶି ଆସୁଛନ୍ତି। ତେବେ ଆଜି ପର୍ଯ୍ୟନ୍ତ କୌଣସି ସାପ ମଣିଷ କିମ୍ବା କୌଣସି ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିନାହାନ୍ତି।

ସମ୍ବନ୍ଧିତ ଖବର