ଘର ଭିତରୁ ସାଢ଼େ ୬ ଫୁଟ୍‌ର ଅଜଗର ଉଦ୍ଧାର

କୋମନା : କୋମନା ବ୍ଲକ୍‌ ସଦର ମହକୁମାରୁ ସାଢ଼େ ୬ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ପାଇକପଡ଼ାର ପିଙ୍କୁ ସାହୁଙ୍କ ଘରକୁ ଏହି ଅଜଗରଟି ପଶି ଯାଇଥିଲା। ପରିବାର ଲୋକେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ବନବିଭାକୁ ଖବର ଦେଇଥିଲେ। କୋମନା ବନ କର୍ମଚାରୀ ସାପଧରାଳି ହରେରାମ କଣ୍ଟାଙ୍କ ସହଯୋଗରେ ଅଜଗରକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସାପର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ତନ୍ଦୁଲ ପାହାଡ଼ରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର