ନବରଙ୍ଗପୁର: ୬ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମରେ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦଣ୍ଡାମୁଣ୍ଡା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଗତକାଲି ରାତିରେ ପ୍ରାୟ ୬ ଫୁଟ ଲମ୍ବା ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଦଣ୍ଡାମୁଣ୍ଡା ଗ୍ରାମର ଯୁବକମାନେ ଏହାକୁ ଉଦ୍ଧାର କରିଛନ୍ତି।

ଗାଁର ରିଙ୍କୁ, ଧରମ,ରବୀନ୍ଦ୍ର, କୁଞ୍ଜ ବିହାରୀ,ଭକ୍ତ ନାୟକ ଓ ଉଦୟ ପ୍ରମୁଖ ଅଜଗରକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚନ୍ଦାହାଣ୍ଡି ଫରେଷ୍ଟର୍ ପ୍ରଦୀପ କୁମାର ଦାଶ ଦଣ୍ଡାମୁଣ୍ଡାରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ ।

ସମ୍ବନ୍ଧିତ ଖବର