ପୁରୀ : ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ସଜେଇ ହେଉଛି ସ୍ନାନବେଦୀ। ବର୍ଷକ ପରେ ସଜେଇ ହେଉଥିବା ସ୍ନାନବେଦୀକୁ ଦେଖିବା ପାଇଁ ଭକ୍ତମାନେ ବି ଭିଡ଼ ଲଗାଇଛନ୍ତି। ଆଜି ଚିତ୍ରକର ସେବକମାନେ ସ୍ନାନବେଦୀକୁ ତୁଳୀରେ ସୁସଜ୍ଜିତ କରିଛନ୍ତି। ବିଭିନ୍ନ ରଙ୍ଗ ଦେଇ ସୌନ୍ଦର୍ଯ୍ୟ ଭରିଛନ୍ତି। ପୂର୍ବବର୍ଷ ଭଳି ଠାକୁରମାନଙ୍କ ବିଜେ ସ୍ଥାନକୁ ସଜାଯାଇଛି। ସେହିପରି ସେବକମାନେ ଗରାରେ ଜଳ ଆଣିବାରେ ଯେପରି କିଛି ଅସୁବିଧା ନ ହୁଏ, ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି। ମହାପ୍ରଭୁଙ୍କୁ ଖରାବର୍ଷାରୁ ରକ୍ଷା ପାଇଁ ସ୍ନାନବେଦୀ ଉପରେ ଭାରାବନ୍ଧା କାର୍ଯ୍ୟ ଚାଲିଛି। ଆସନ୍ତାକାଲି ସୁଦ୍ଧା ଏହି କାର୍ଯ୍ୟକୁ ପୂର୍ଣ୍ଣ ରୂପ ଦିଆଯିବ। ଏ ନେଇ ନିୟୋଜିତ ସେବକମାନେ କାମରେ ତତ୍ପରତା ଦେଖାଇଛନ୍ତି।
/sambad/media/post_attachments/wp-content/uploads/2019/06/sn2-300x232.jpg)
ପଟିଦିଅଁ ପ୍ରସ୍ତୁତିରେ ଚିତ୍ରକର ସେବକ
ପୁରୀ : ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବର ପୀଡ଼ିତ ମହାପ୍ରଭୁ ଅଣସରରେ ରହିବେ। ଏହି ସମୟରେ ଭକ୍ତଙ୍କୁ ଦର୍ଶନ ବନ୍ଦ ରହିବ। ଅଣସର ପିଣ୍ଡିରେ ବିଜେ ସମୟରେ ଅଣସର ତାଟି ନିକଟରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କୁ ଭକ୍ତମାନେ ଦର୍ଶନ କରିବେ। ପଟିଦିଅଁ ଭାବେ ଶ୍ରୀମନ୍ଦିରରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ଭଗବାନ ବି ପୂଜା ପାଇବେ। ଏ ନେଇ ଚିତ୍ରକର ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ପଟିଦିଅଁଙ୍କୁ ନୂଆ ରଙ୍ଗ ଦେଇ ସୁସଜ୍ଜିତ କରାଯାଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟ ଆଗେଇ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/sn1.jpg)