ପୁରୀ: ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କର ସମ୍ପନ୍ନ ହେଉଥିବା ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରୁଛି। pic.twitter.com/9lfKi3qRRx
— Mohan Charan Majhi (@MohanMOdisha) June 11, 2025
ବୁଧବାର ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର ଧାଡି ପହଣ୍ଡିରେ ଆସିଥିଲେ । ବଡ଼ଭାଇଙ୍କ ପରେ ମା’ ସୁଭଦ୍ରାଦେବୀ ଆସି ଚକାରେ ବିଜେ କରିଥିଲେ। ଶେଷରେ ଧାଡି ପହଣ୍ଡିରେ କୋଟି ଓଡ଼ିଆର ମଉଡମଣୀ ବ୍ରହ୍ମାଣ୍ଡଗୋସାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଚକାରେ ବିଜେ କରିଛନ୍ତି ।
#WATCH | Odisha CM Mohan Charan Majhi attends the Snana Ustav ahead of Lord Jagannath Rath yatra.
— ANI (@ANI) June 11, 2025
Snana Yatra of Lord Jagannath is a significant religious event marking the onset of the annual Rath Yatra festival. The sibling deities- Lord Balabhadra, Devi Subhadra and Lord… pic.twitter.com/BGOeRDN0LV
puri | Puri Jagannath temple | Snan Purnima | CM Mohan Charan Majhi