ସ୍ନାନଯାତ୍ରା : ଆଉ କିଛି ସମୟପରେ ଆରମ୍ଭ ହେବ ଶ୍ରୀ ଜୀଉଙ୍କ ବାହୁଡ଼ା ପହଣ୍ଡି, ଅଣସର ପିଣ୍ଡିକୁ ବିଜେ କରିବେ ମହାବାହୁ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ଦିବ୍ୟ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି । ସ୍ନାନ ପରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ଏବେ ମହାପ୍ରଭୂଙ୍କ ହାତୀବେଶ ମଇଲମ ବା ଓଲାଗି କରାଯାଉଛି । ଏହା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ରାତି ୮ଟା ସୁଦ୍ଧା ଆରମ୍ଭ ବାହୁଡ଼ା ପହଣ୍ଡି ଶେଷ ହେବ । ଏହା ପରେ ମହାପ୍ରଭୂଙ୍କ ରାହୁରେଖା ଓ ସୁନାଚିତା ଓଲାଗି ପରେ ତାଟିବନ୍ଧା ଓ ଦଶାବତାର ବିଜେ ନୀତି ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ, କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ତେବେ ଆଜି ସ୍ନାନମଣ୍ଡପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହରା କରିନଥିଲେ । ଗଜପତିଙ୍କ ତରଫରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ମଣ୍ଡପରେ ଛେରା ପହରା କରିଥିଲେ ।

ସମ୍ବନ୍ଧିତ ଖବର