ମହାପ୍ରଭୁଙ୍କ ସ୍ନାନଯାତ୍ରା :  ୧୦୮ ସୁବାସିତ ଗରା ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ

ଭୁବନେଶ୍ବର :  ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।

ଆଜି ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଥିଲେ । ସ୍ନାନମଣ୍ଡପରେ ମଙ୍ଗଳ ଆଳତି ପରେ ଅନ୍ୟ ନୀତିକାନ୍ତି ଚାଲିଛି ।  ଷୋଡ଼ଷ ଉପଚାର ପୂଜା ପରେ ଏବେ ୧୦୮ ଗରା ଜଳରେ  ସ୍ନାନ କରୁଛନ୍ତି ମହାପ୍ରଭୁ ।

ଦିନ ସାଢେ ୧୦ଟା ବେଳକୁ ଛେରାପହରା ବିଧି କରାଯିବ । ତେବେ ଗଜପତି ମହାରାଜା ଆଜି ଛେରାପହରା କରିବେ ନାହିଁ । ତାଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହରା କରିବେ । ଆଜି ଦିନ ୧୧ଟା ରୁ ୧୨ଟା ମଧ୍ୟରେ ଶ୍ରୀଜୀଉମାନଙ୍କ ହାତୀବେଶ କରାଯିବାକୁ ସମୟ ଧାର୍ୟ୍ୟ ହୋଇଛି ।

 

 

ସମ୍ବନ୍ଧିତ ଖବର