ବରଗଡ଼ : ଅତାବିରା ନିର୍ବାଚନ ମଣ୍ଡଳୀ କୁଲୁଣ୍ଡା ଗ୍ରାମର ରତ୍ନାବତୀ ପ୍ରଧାନ(୨୪)। ସ୍ନାତକୋତ୍ତର ଛାତ୍ରୀ ରତ୍ନାବତୀ ୨୦୧୮ ମସିହାରେ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେତେବେଳେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ରତ୍ନାବତୀଙ୍କ ଚିକିତ୍ସା ପାଇଁ ସହାୟତା ବ୍ୟବସ୍ଥା କରିଥିଲେ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ତାଙ୍କ ଉପଚାର ଆରମ୍ଭ ହୋଇଥିଲା। କିନ୍ତୁ ରତ୍ନାବତୀଙ୍କୁ ମାସିକ ୧.୧୬ଲକ୍ଷ ଟଙ୍କାର ଔଷଧ ଖାଇବାକୁ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଏତେ ଟଙ୍କାର ଔଷଧ କିଣିବା ତାଙ୍କ ପରିବାର ପକ୍ଷେ ଅସମ୍ଭବ ଥିଲା। ଗତମାସ ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ରତ୍ନାବତୀ ଏବଂ ତାଙ୍କ ପରିବାରବର୍ଗଙ୍କୁ ଭେଟି ୫ ମାସ ଯାଏ ରତ୍ନାବତୀଙ୍କ ଔଷଧ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବିଧାୟିକା ଶ୍ରୀମତୀ ଛୁରିଆ ତାଙ୍କ କଥା ରଖିଛନ୍ତି। ସେ ନିଜେ ପୀଡ଼ିତାଙ୍କ ଘରକୁ ଯାଇ ଦିଲ୍ଲୀରୁ ବରାଦ କରିଥିବା ଲକ୍ଷାଧିକ ଟଙ୍କାରେ ଔଷଧ ଦେଇଛନ୍ତି ଏବଂ ପ୍ରତିଶ୍ରୁତି ମୁତାବକ ଆଗକୁ ମଧ୍ୟ ଔଷଧ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଶ୍ରୀମତୀ ଛୁରିଆଙ୍କୁ ଟ୍ବିଟର୍ରେ ରେଡିଓ ଚକ୍ଲେଟ୍ ତଥା କନକ ନ୍ୟୁଜ୍ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସାଂସଦ ଅନୁଭବ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Snehangini-Churia-Gives-Medicine-to-Cancer-Patient_Thumbnail.jpg)