କଟକ/ସୁନ୍ଦରଗଡ଼: ୫୭ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲି ଛକ ନିକଟରେ କାର ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦୀୟ ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଶ୍ରୀମତୀ ସୁନାଙ୍କୁ ଆଜି ତତ୍କାଳ ପ୍ରଭାବରେ ପୁଲିସ ଡିଜି ସୁନୀଲ କୁମାର ବଂସଲ ଚାକିରିରୁ ନିଲମ୍ବନ କରିଛନ୍ତି । ଚାକିରିରୁ ନିଲମ୍ବନ ହେବାଇଥିବା ଶ୍ରୀମତୀ ସୁନା ଏହି ସମୟ ମଧ୍ୟରେ ସୁନ୍ଦରଗଡ଼ ପୁଲିସ ଏସପିଙ୍କ ଅଧୀନରେ ରହିବେ। ଓଡ଼ିଶା ସର୍ଭିସ କୋଡ୍ -୯୦ ଅନୁସାରେ ସେ ନିଜର ଡିଏ ଓ ଅନ୍ୟାନ୍ୟ ଭତ୍ତା ପାଇବାକୁ ମଧ୍ୟ ହକଦାର ହେବେ ବୋଲି ଆଜି ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।
/sambad/media/post_attachments/wp-content/uploads/2022/07/26b7e0ac-4cc4-4e2c-9dec-28293a3789f6-e1657983013701.jpg)
ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ଭୋର ସକାଳୁ ୯ ଜଣ ଲୋକଙ୍କ ଉପରେ କାର୍ ଚଢ଼ାଇ ଫେରାର ହୋଇଥିବା ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ସେହିଦିନ ହିଁ ସନ୍ଧ୍ୟାରେ ବଲାଙ୍ଗୀରରୁ ଧରାପଡ଼ିଥିଲେ। ସ୍ଥାନୀୟ ପୁଲିସ ସହାୟତାରେ ସ୍ନିଗ୍ଧାରାଣୀଙ୍କୁ ହାତୀଶାଳପଡ଼ାରୁ ସୋନପୁର ପୁଲିସ ଧରିଥିଲା। ଏଥି ସହିତ ଗାଡ଼ିର ଚାଳକ ଅଜୟ ଜେଠୀ ମଧ୍ୟ ପୁଲିସ ନିୟନ୍ତ୍ରଣକୁ ଆସିଥିଲେ।
/sambad/media/post_attachments/wp-content/uploads/2022/07/ସୋନପୁର-1.jpg)
ଶ୍ରୀମତୀ ସ୍ନିଗ୍ଧାରାଣୀ ସୁନା ଗତ ୧୧ ତାରିଖରେ ପୁରୀ ରଥଯାତ୍ରା ଡ୍ୟୁଟି ସାରି ବଲାଙ୍ଗୀର ଫେରୁଥିଲେ। ୧୨ ତାରି ସକାଳ ପ୍ରାୟ ୬.୧୫ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖାରୀ ନିକଟ ବଡବାହାଲି ସ୍ବାଗତ ଢ଼ାବା ପାଖରେ ଛିଡା ହୋଇଥିବା ଗୋଟିଏ ଅଟୋକୁ ଧକ୍କା ଦେଇଥିଲେ। ସ୍ନିଗ୍ଧାଙ୍କ କାର (ଓଡ଼ି ୧୬ ଜେ ୧୩୫୫) ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଡ୍ରାଇଭର ଅଜୟ ଜେଠୀଙ୍କୁ ଜାମିନ ମିଳିଛି । ଅଜୟଙ୍କୁ ତରଭା ଜେଏମଏଫସି କୋର୍ଟରୁ ଜାମିନ ମିଳିଥିବା ଜଣାପଡ଼ିଛି । ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ତାଙ୍କ ନାଁରେ ଏମଭିଆଇ ଆକ୍ଟରେ ମାମଲା ରୁଜୁ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/7-9-600x430-1.jpg)